ଆଜିଠୁ 5G ନିଲାମ ପ୍ରକ୍ରିୟା, ରେସ୍‌ରେ ଏହି କମ୍ପାନୀ

ନୂଆଦିଲ୍ଲୀ,ଏଜେନ୍ସି: ଆଉ ରହିବନି ନେଟ୍‌ ସ୍ଲୋ ସମସ୍ୟା । ଆଖି ପିଛୁଳାକେ ସବୁ ହେବ ଡାଉନଲୋଡ୍‌ । କାରଣ ଖୁବଶୀଘ୍ର ଉପଭୋକ୍ତା ପାଇବେ ବହୁ ପ୍ରତୀକ୍ଷିତ 5G ସେବା । ଭାରତୀୟ ରେଲିକମ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି 5G ନିଲାମ ପ୍ରକ୍ରିୟା । 4Gଠୁ ୧୦ ଗୁଣ ଅଧିକ ସ୍ପିଡ୍ ହେବ 5G ।

ଟ୍ରାଇ ପକ୍ଷରୁ ପ୍ରୋଜେକ୍ଟର ଟେଷ୍ଟିଂ ଶେଷ ହୋଇଛି । ଏହି ନିଲାମ ପ୍ରକ୍ରିୟା ରେସ୍‌ରେ ଜିଓ, ଏୟାରଟେଲ୍, ଭୋଡାଫୋନ୍-ଆଇଡିଆ, BSNL ରହିଛନ୍ତି । ପ୍ରଥମ ଥର ପାଇଁ ଆଦାନୀ ଗ୍ରୁପ ନିଲାମି ପ୍ରକ୍ରିୟାରେ ସାମିଲ ହୋଇଛି । ସେପ୍ଟେମ୍ବର ସୁଦ୍ଧା ଭାରତୀୟ ଉପଭୋକ୍ତାଙ୍କୁ ଏହି ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି ।

ଦୁଇମାସ ତଳେ ଭାରତରେ 5G ଟେକ୍ନାଲୋଜିର ସଫଳ ପରୀକ୍ଷଣ ହୋଇଥିଲା । 5G ସ୍ପେକ୍ଟ୍ରମ ବିଭିନ୍ନ ଲୋ ଫ୍ରିକ୍ୟୁଏନ୍ସି ବ୍ୟାଣ୍ଡ, ମିଡ ଫ୍ରିକ୍ୟୁଏନ୍ସି ଓ ହାଇ ଫ୍ରିକ୍ୟୁଏନ୍ସି ବ୍ୟାଣ୍ଡ ୨୬ ଗିଗା ହର୍ଜ ପାଇଁ ନିଲାମ ହେବ । ନିଲାମିରେ ସାମିଲ ହେବା ପାଇଁ ୨୧ ହଜାର ୪ ଶହ କୋଟି ଟଙ୍କାର ଟୋକନ ମନି ବା ଇଏମଡି ଦାଖଲ କରିଛନ୍ତି କମ୍ପାନୀ । ରିଲିଆନ୍ସ ଜିଓ ୧୪ ହଜାର କୋଟି, ଏୟାରଟେଲ୍ ୫ ହଜାର ୫୦୦ କୋଟି, ଭୋଡାଫୋନ୍-ଆଇଡିଆ ୨, ୨୦୦ କୋଟି ଦେଇଥିବାବେଳେ ଆଦାନୀ ଗ୍ରୁପ ୧୦୦ କୋଟି ଇଏମଡି ଭରିଛନ୍ତି ।