ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ମାମଲା ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ପ୍ରଦାନ କରିଛନ୍ତି । ଡିସିପି କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ୧୯୮ ଛାତ୍ରୀ, ସମ୍ପର୍କୀୟ ଓ ସାଙ୍ଗଙ୍କୁ ପଚରାଉଚୁରା କରାଯାଇଛି । କଲେଜରେ ରାଗିଂ ହେବା ନେଇ କେହି ସ୍ୱୀକାର କରିନାହାନ୍ତି । ଆମେ ସବୁ ଦିଗରୁ ତଦନ୍ତ ଜାରି ରଖିଛୁ । ପୁଲିସକୁ ସୂଚନା ଦେବା ପାଇଁ ଆମେ ଏକ ନମ୍ବର ମଧ୍ୟ ଜାରି କରିଛୁ । ଯଦି କାହା ପାଖରେ କୌଣସି ତଥ୍ୟ ଥାଏ ତେବେ ସେ ନିର୍ଦନ୍ଦ୍ୱରେ ପୁଲିସକୁ ଏହି ନମ୍ବରରେ ଜଣାଇ ପାରିବେ । ରୁଚିକାଙ୍କ ମୋବାଇଲରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରେ। ଡିଲିଟ୍ ହୋଇଥିବା ତଥ୍ୟ ପୁଣିଥରେ ପାଇବା ପାଇଁ ପ୍ରକ୍ରିୟା ଜାରି ରହିଛି । ସେଥିପାଇଁ ମୋବାଇଲକୁ ସିଙ୍ଗାପୁର ପଠାଯିବ ବୋଲି ଡିସିପି କହିଛନ୍ତି ।