ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟରେ କୋରୋନା ସଂକ୍ରମଣରେ ବୃଦ୍ଧି । ପୁଣି ୫୦୦ ପାର କଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୫୭୨ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୬୯ କିଶୋର କିଶୋରୀ ରହିଥିବା ବେଳେ ୪୪୬ କ୍ବାରେଣ୍ଟାଇନ ସେଣ୍ଟର ଓ ୨୩୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୯ଟି ମାମଲା ରହିଛି । ସେହିପରି ଅନୁଗୋଳରୁ ୧୪, ବାଲେଶ୍ବରରୁ ୧୨, ବରଗଡରୁ ୧, ଭଦ୍ରକରୁ ୩, ବଲାଙ୍ଗୀରରୁ ୨, ବୌଦ୍ଧରୁ ୧, କଟକରୁ ୬୮, ଦେବଗଡରୁ ୨, ଗଜପତିରୁ ୫, ଜଗତସିଂହପୁରରୁ ୮, ଯାଜପୁରରୁ ୧୫, ଝାରସୁଗୁଡାରୁ ୬, କଳାହାଣ୍ଡିରୁ ୫, କେନ୍ଦ୍ରାପଡାରୁ ୧, କେନ୍ଦୁଝରରୁ ୩, କୋରାପୁଟରୁ ୪, ମୟୂରଭଞ୍ଜରୁ ୧୬, ନୟାଗଡରୁ ୫, ନୂଆପଡାରୁ ୮, ପୁରୀରୁ ୧୨, ରାୟଗଡାରୁ ୨, ସମ୍ବଲପୁରରୁ ୪୧, ସୋନପୁରରୁ ୩, ସୁନ୍ଦରଗଡରୁ ୬୩ ଷ୍ଟେଟପୁଲରୁ ୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୯୪,୦୭୬ରେ ପହଞ୍ଚିଛି।