ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ମାନସ ଓ ସୁଲତା

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ମାନସ ମଙ୍ଗରାଜ ଓ ସୁଲତା ଦେଓ। ପ୍ରଥମ ଥର ପାଇଁ ଉଭୟ ରାଜ୍ୟସଭା ଯାଇଥିବା ବେଳେ ଆଜି ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ଦିନ ୧୧ଟା ସମୟରେ ରାଜ୍ୟସଭା ପରିସରରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ରାଜ୍ୟମାନଙ୍କର ନିର୍ବାଚିତ ସାଂସଦ ମାନେ ଶପଥ ଗ୍ରହଣ କରିଥିଲେ।

ଜୁନ ୧୦ରେ ଓଡ଼ିଶାର ୪ ଆସନ ପାଇଁ ହୋଇଥିଲା ରାଜ୍ୟସଭା ନିର୍ବାଚନ। ବିରୋଧି ରାଜ୍ୟସଭା ପ୍ରାର୍ଥୀ ଦେଇନଥିବାରୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ ୪ ବିଜେଡି ପ୍ରାର୍ଥୀ ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ସୁଲତା ଦେଓ, ଓ ନିରଞ୍ଜନ ବିଶି।