ରାଜ୍ୟ କ୍ୟାବିନେଟରେ ୧୦ ପ୍ରସ୍ତାବକୁ ମୋହର

ଭୁବନେଶ୍ୱର, ଏନଏନଏସ: ରାଜ୍ୟ କ୍ୟାବିନେଟର ଆଜି ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲଗାଇଛନ୍ତି ରାଜ୍ୟ ସରକାର। ସେଥିମଧ୍ୟରୁ ଧନ ସଂଗ୍ରହ ଲକ୍ଷ୍ୟ ସମେତ ବରମୁଣ୍ଡା ବସଷ୍ଟାଣ୍ଡ ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କ୍ୟାବିନେଟ ମୋହର ଲାଗିଛି। ନିଷ୍ପତ୍ତି ମୁତାବକ ଚଳିତବର୍ଷ ୬୦ ଲକ୍ଷ ଟନ୍‍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି। ସେହିଭଳି ଧାନ ଓ ଚାଉଳ ସଂଗ୍ରହ ଲକ୍ଷ୍ୟ ଧାର୍ୟ୍ୟ କ୍ୟାବିନେଟରେ ଗୃହୀତ ୪୧ ଲକ୍ଷ ଟନ ଚାଉଳ ସଂଗ୍ରହ ପାଇଁ ମଧ୍ୟ ଲକ୍ଷ୍ୟ ଧାର୍ୟ୍ୟ ନିଷ୍ପତ୍ତି ହୋଇଛି।

ଧାନ ସଂଗ୍ରହରେ ପାକ୍ସ, ଲାମ୍ପସ ସହ ଏସଏଚଜି ମହିଳା ସାମିଲ ହେବେ । ଚାଷୀଙ୍କୁ ୨୪ରୁ ୪୮ ଘଣ୍ଟା ମଧ୍ୟରେ ମିଳିବ ଧାନ ବିକ୍ରି ଟଙ୍କା। ଏହି ଟଙ୍କା ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଯିବ। ପୂର୍ବରୁ ୪୮ରୁ ୭୨ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ଟଙ୍କା ମିଳୁଥିଲା । ଗତବର୍ଷ ସଂଗ୍ରହ ଲକ୍ଷ୍ୟ ଥିଲା ୫୫ ଲକ୍ଷ ଟନ। ଏ ବର୍ଷ ୫ ଲକ୍ଷ ଟନ ବୃଦ୍ଧି ହୋଇଛି। ସବୁ ଚାଷୀଙ୍କ ଠାରୁ ଧାନ କିଣାଯିବ, ସେଥିପାଇଁ ଲକ୍ଷ୍ୟ ଧାର୍ୟ୍ୟ ବୃଦ୍ଧି କରାଯାଇଛି।

ବରମୁଣ୍ଡା ବସ୍‍ଷ୍ଟାଣ୍ଡର ନବକଳେବର ନେଇ କ୍ୟାବିନେଟ୍‍ ନିଷ୍ପତ୍ତି ହୋଇଥିବା ଜଣା ପଡ଼ିଛି। ବସ୍‍ଷ୍ଟାଣ୍ଡର ନବୀକରଣ ପାଇଁ ଖର୍ଚ୍ଚ ହେବ ୧୬୦ କୋଟି ଟଙ୍କା। ୨ ବର୍ଷରେ ବସ୍‍ଷ୍ଟାଣ୍ଡ ନବୀକରଣ କାର୍ୟ୍ୟ ଶେଷ ହେବ ବୋଲି କ୍ୟାବିନେଟର ନିଷ୍ପତ୍ତି ହୋଇଛି।