ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରେ ପୁଣି ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ସମ୍ପୃକ୍ତ ମୃତକ ଜଣକ ଏମସିଏ ଛାତ୍ରୀ ହୋଇଥିବାବେଳେ ଆଚାର୍ଯ୍ୟ ବିହାରର ଏକ ଭଡ଼ା ଘରୁ ତାଙ୍କ ମୃତଦେହ ମିଳିଛି । ମୃତ୍ୟୁ ପଛର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଥିବା ଜଣାପଡ଼ିଛି ।