ଆସିଲା ରୁଚିକାଙ୍କ ପୋଷ୍ଟମୋର୍ଟମ ରିପୋର୍ଟ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ବେକରେ ଦଉଡ଼ି ଦେବାରୁ ଶ୍ୱାସରୁଦ୍ଧ ଯୋଗୁ ମୃତ୍ୟୁ ହୋଇଥିବା ନେଇ ପୋଷ୍ଟମର୍ଟମ ରିପୋର୍ଟରେ ଜଣାପଡ଼ିଛି । ଏଥିସହିତ ଅଧିକ ପରୀକ୍ଷା ପାଇଁ ଭିସେରା ନମୁନା ପଠାଯାଇଛି । ଏନେଇ କମିଶନରେଟ ପୁଲିସ ସୂଚନା ଦେଇଛନ୍ତି ।