ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଜେପି କଲେଜ ଛାତ୍ରୀ ନିବାସରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଉଛନ୍ତି କଟକ ଜିଲ୍ଲାର ରୁଚିକା ମହାନ୍ତି । ସମ୍ପୃକ୍ତ ମୃତକ ଜଣକ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀ ହୋଇଥିବାବେଳେ ତାଙ୍କର ଇତିହାସ ସମ୍ମାନ ଥିଲା । ସେ ୟୁପିଏସି ପାଇଁ ମଧ୍ୟ ପ୍ରସ୍ତୁତ ହେଉଥିଲେ । ତେବେ ଘଟଣାସ୍ଥଳରେ ବରଗଡ଼ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହେଲେ ତାଙ୍କ ଆତ୍ମହତ୍ୟା ପଛର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ଜଣାପଡ଼ିଛି ।