ଆସନ୍ତାକାଲିଠୁ ବଜେଟ ଅଧିବେଶନ

ଭୁବନେଶ୍ବର,ଏନ୍ଏନ୍ଏସ୍: ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ। ୫ ଘଣ୍ଟା ପରିବର୍ତ୍ତେ ଦିନକୁ ୬ ଘଣ୍ଟା ଗୃହ ଚଳାଇବାକୁ ନେଇ ନିଷ୍ପତ୍ତି ହୋଇଛି। ବଢ଼ୁଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଗୃହକାର୍ଯ୍ୟ କଟକଣା ଯୁକ୍ତ ଓ ପ୍ରେସ ଗ୍ୟାଲେରୀ ସାମ୍ବାଦିକ ମୁକ୍ତ ଚାଲିବ।

ଜୁଲାଇ ୨ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା। ଦୁଇଟି ପର୍ଯ୍ୟାୟରେ ମୋଟ ୨୪ଟି କାର୍ଯ୍ୟଦିବସ ରହିବ। ବିଧାନସଭାର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଜୁଲାଇ ୩୦ ତାରିଖରେ ଆଗତ ହେବ ବ୍ୟୟ ମଞ୍ଜୁରୀ ବିଧେୟକ। ଚଳିତ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଗୃହ କାର୍ଯ୍ୟ ଚାଲିବ। ପ୍ରଥମ ପର୍ଯ୍ୟାୟ ସାଢେ଼ ୧୦ରୁ ଅପରାହ୍ନ ସାଢେ ୧ ଓ ଦ୍ୱିତୀୟ ପର୍ଯ୍ୟାୟରେ ଅପରାହ୍ନ ୪ଟାରୁ ୬ଟା ପରିବର୍ତ୍ତେ ୭ଟା ପର୍ଯ୍ୟନ୍ତ ଚାଲିବ।