ଭାରତ-ଦ.ଆଫ୍ରିକା ଟି-୨୦: ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ପନ୍ତ ବାହିନୀ

ବେଙ୍ଗାଲୁରୁ,ଏଜେନ୍ସି: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଟି-୨୦ ଶୃଙ୍ଖଳାର ୫ମ ତଥା ଅନ୍ତିମ ମୁକାବିଲା ହେବ। ବେଙ୍ଗାଲୁରୁସ୍ଥିତ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ ଖେଳାଯିବ। ଶୃଙ୍ଖଳା ଏପର୍ଯ୍ୟନ୍ତ ୨-୨ରେ ଥିବାରୁ ଉଭୟ ଦଳ ଜିିତିବା ପାଇଁ ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ଅନ୍ତିମ ୨ଟି ମ୍ୟାଚକୁ ସମୀକ୍ଷା କଲେ ଭାରତୀୟ ଟିମ୍ ଫର୍ମରେ ଅଛନ୍ତି। ତେଣୁ ଋିଷଭ ପନ୍ତଙ୍କ ବାହିନୀ ଅତିଥି ଟିମ୍ ଉପରେ ଚାପ ପ୍ରୟୋଗ କରିବାକୁ ଚାହିଁବ।

ମ୍ୟାଚ ନିର୍ଣ୍ଣାୟକ ସ୍ଥିତିରେ ଥିବାରୁ ଦକ୍ଷିଣ ଆଫ୍ରିକା ମଧ୍ୟ ମ୍ୟାଚ ଜିତିବା ପାଇଁ କସରତ କରିଛି। ବିଗତ ୨ଟି ମ୍ୟାଚରେ ଭାରତୀୟ କ୍ରିକେଟରମାନେ ଉଭୟ ବ୍ୟାଟିଂ ଓ ବୋଲିଂ ଲାଇନ୍‌ରେ ଭଲ ପ୍ରଦର୍ଶନ କରିଛନ୍ତି। ତେବେ ଏହି ମ୍ୟାଚ ଉପରେ ବିଶ୍ୱର କ୍ରିକେଟ୍‌ପ୍ରେମୀଙ୍କ ନଜର ରହିଛି। ସୂଚନାଯୋଗ୍ୟ, ଭାରତ ପ୍ରଥମ ୨ଟି ମ୍ୟାଚ (ନୂଆଦିଲ୍ଲୀ ଓ କଟକ)ରେ ଯଥାକ୍ରମେ ୭ ଓ ୪ ୱିକେଟରେ ପରାସ୍ତ ହୋଇଥିଲା। କିନ୍ତୁ ବିଶାଖାପାଟଣା ଓ ରାଜକୋଟରେ ଯଥାକ୍ରମେ ୪୮ ଓ ୮୨ ରନ୍‌ରେ ମ୍ୟାଚ ଜିତିଥିଲା।