ଭୁବନେଶ୍ୱର,ଏନ୍ଏନ୍ଏସ୍: ଅଗ୍ନିଶମ କର୍ମଚାରୀଙ୍କୁ ମିଳିବ ୟୁନିଫର୍ମ ଭତ୍ତା ଅଗ୍ନିଶମ କର୍ମଚାରୀଙ୍କୁ ୟୁନିଫର୍ମ, ଭତ୍ତା ମିଳିବା ନେଇ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି। କର୍ମଚାରୀଙ୍କୁ ବାର୍ଷିକ ୫୭୦୦ ଓ ୫୮୦୦ ଟଙ୍କା ଭତ୍ତା ମିଳିବା ନେଇ ଘୋଷଣା କରାଯାଇଛି। ସେହିପରି ଆସିଷ୍ଟାଣ୍ଟ ଫାୟାର ଅଫିସର ଠାରୁ ଫାୟାରମ୍ୟାନ ପର୍ଯ୍ୟନ୍ତ ସମସ୍ତଙ୍କୁ ୫୭୦୦ଟଙ୍କା ଭତ୍ତା ମିଳିବା ବେଳେ ଲିଡିଂ ଫାୟାରମ୍ୟାନ୍, ଡ୍ରାଇଭର ହାବିଲଦାରଙ୍କୁ ୫୮୦୦ ଟଙ୍କା ମିଳିବ। ହେଲେ ଜୁଲାଇ ୧ ସୁଦ୍ଧା ୬ ମାସରୁ କମ ଚାକିରି ଥିବା କର୍ମଚାରୀଙ୍କୁ ଭତ୍ତା ମିଳିବନି ବୋଲି ସୂଚନା ମିଳିଛି।
ଆସନ୍ତା ଜୁଲାଇ ମାସ ପହିଲା ସୁଦ୍ଧା ଯେଉଁ କର୍ମଚାରୀଙ୍କର ଚାକିରି ଅବଧି ୬ ମାସରୁ କମ୍ ହୋଇଥିବ, ସେମାନେ ଏହି ଭତ୍ତା ପାଇବାକୁ ଯୋଗ୍ୟ ହେବେ ନାହିଁ। ରାଜ୍ୟ ସରକାରଙ୍କ ଏହି ଅଭିନବ ଘୋଷଣା ଫଳରେ ରାଜ୍ୟର ଅନେକ ଫାୟାର କର୍ମଚାରୀ ବେନିଫିଟ୍ ପାଇବେ।ଏଥିପାଇଁ ସରକାରଙ୍କୁ ଅଧିକ ୨ କୋଟି ଟଙ୍କା ବ୍ୟୟ ବରାଦ କରିବାକୁ ପଡିବ। ଗୃହ ବିଭାଗ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ। ଏନେଇ କର୍ମଚାରୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି।