ପୁଣି ନିଜ ସରକାରଙ୍କ ଉପରେ ବର୍ଷିଲେ ବରୁଣ ଗାନ୍ଧୀ

ନୂଆଦିଲ୍ଲୀ: ବିଜେପି ସାଂସଦ ବରୁଣ ଗାନ୍ଧୀ ପୁଣିଥରେ ନିଜ ସରକାରକୁ ଟାର୍ଗେଟ କରିଛନ୍ତି । ଏଥର ବରୁଣ ବେରୋଜଗାରୀକୁ କେନ୍ଦ୍ର କରି ସରକାରଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି । ବରୁଣ କେନ୍ଦ୍ରର ବିଭିନ୍ନ ବିଭାଗ ସମେତ ସେନା, ସ୍ୱାସ୍ଥ୍ୟ ଓ ପୁଲିସ ଆଦି ବିଭାଗରେ ଖାଲି ପଡ଼ିଥିବା ପଦକୁ ନେଇ ଟ୍ୱିଟ୍ କରିଛନ୍ତି ।

ବରୁଣ ଗାନ୍ଧୀ କହିଛନ୍ତି ଯେ, ବେରୋଜଗାରୀ ୩ ଦଶକରେ ଏବେ ସର୍ବୋଚ୍ଚ ସ୍ତରରେ ରହିଛି । ଚାକିରି କ୍ଷେତ୍ରରେ ପ୍ରବେଶ ହେଉନଥିବାରୁ କୋଟିଏ ଯୁବବର୍ଗ ନରାଶ ଓ ହତାଶ ଅଛନ୍ତି । ସରକାରୀ ଗଣନାନୁସାରେ ଦେଶରେ ୬୦ଲକ୍ଷ ସ୍ୱିକୃତ ପଦ ଖାଲି ରହିଛି । ଏହି ପଦ ପାଇଁ ଆବଣ୍ଟିତ ଥିବା ବଜେଟ କୁଆଡ଼େ ଗଲା? ଏସମ୍ବନ୍ଧରେ ଜାଣିବାର ଅଧିକାର ପ୍ରତ୍ୟେକ ଯୁବବର୍ଗଙ୍କ ପାଖରେ ରହିଛି ।

ସୂଚନାଯୋଗ୍ୟ, ବରୁଣ ଗାନ୍ଧୀ ସର୍ବଦା ସରକାରଙ୍କ ଭୁଲ ନୀତିକୁ ନେଇ ପ୍ରଶ୍ନ କରିଥାନ୍ତି । ନିଜ ପାର୍ଟିର ସରକାର ହୋଇଥିଲେ ମଧ୍ୟ ସେ ପ୍ରଶ୍ନ ପଚାରିବେ କେବେ ପଛଘୁଞ୍ଚା ଦେଇନଥାନ୍ତି ।