ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟରେ ୨୬ ଜଣ ଏଚ୍ଏଫ୍ଏମ୍ଡି ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ତେବେ ଏହା ଟମାଟୋ ଫ୍ଲୁ କୁହାଯିବ ନାହିଁ ବୋଲି କହିଛନ୍ତି ନିର୍ଦ୍ଦେଶକ। ୨୬ ଜଣଙ୍କ ନମୂନା ଜେନୋମ ସକ୍ବେସିଂ ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ହିଁ ଏହା ଟୋମାଟୋ ଫ୍ଲୁ କି ନୁହେଁ ତାହା ସ୍ପଷ୍ଟ ହେବ। ଏହାକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।
୩୬ ଜଣ ଏଚ୍ଏଫ୍ଏମ୍ଡି ସନ୍ଦିଗ୍ଧ ମାମଲାର ନମୁନା ଆର୍ଏମ୍ଆର୍ସିକୁ ପଠାଯାଇଥିଲା। ସେଥିମଧ୍ୟରୁ ୨୬ ଜଣଙ୍କ ନମୁନା ପଜିଟିଭ ଆସିଛି। ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୧୯ ଜଣ, ଖୋର୍ଦ୍ଧା ଗ୍ରାମାଞ୍ଚଳରୁ ୨ ଜଣ, ପୁରୀରୁ ୩ ଜଣ ଓ କଟକରୁ ୨ ଜଣ ଅଛନ୍ତି। ସମସ୍ତ ସଂକ୍ରମିତଙ୍କ ବୟସ ୯ ବର୍ଷରୁ କମ ବୋଲି ଜଣାପଡ଼ିଛି। ବର୍ତ୍ତମାନ ସେମାନଙ୍କ ସ୍ବାସ୍ଥ୍ୟାବସ୍ତା ସ୍ଥିର ରହିଛି। ସେମାନଙ୍କ ଉପରେ ଲୋକାଲ ସ୍ୱାସ୍ଥ୍ୟ ଟିମ୍ ନଜର ରଖିଛନ୍ତି।