ଭୁବନେଶ୍ବର,ଏନ୍ଏନ୍ଏସ୍: ଏନଆଇଇଏମ୍- ଦି ଇନଷ୍ଟିଚ୍ୟୁଟ୍ ଅଫ୍ ଇଭେଣ୍ଟ୍ ମ୍ୟାନେଜମେଣ୍ଟ ହେଉଛି ଏସିଆର ପ୍ରଥମ ଏବଂ ବିଶ୍ୱ ର ପଞ୍ଚମ ଶ୍ରେଷ୍ଠ ଇଭେଣ୍ଟ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ୍ ଯାହାକି ଅନ୍ୟ ପନ୍ଦର ଟି ରାଜ୍ୟ ସହିତ ଇଭେଣ୍ଟ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ (ସ୍ୱୟଂ ଶାସିତ) ପାଠ୍ୟକ୍ରମରେ ଲିମକା ବୁକ୍ ଅଫ୍ ରେକର୍ଡରେ ତାଲିକାଭୁକ୍ତ। ଓଡିଶା ରେ ଏହା ହେଉଛି ଏକ ମାତ୍ର ଇଭେଣ୍ଟ ଇନଷ୍ଟିଚ୍ୟୁଟ୍। ଛାତ୍ର ଛାତ୍ରୀ ମାନଙ୍କୁ ବହି ଏବଂ ଷ୍ଟଡି ମ୍ୟାଟେରିଏଲସ ଯୋଗାଇ ଦେବା ସାଙ୍ଗରେ, ସର୍ବ ଶ୍ରେଷ୍ଠ ଇଭେଣ୍ଟ ଏବଂ କାର୍ଯ୍ୟ କ୍ରମ ରେ ସୁଯୋଗ ଦିଆଯାଇ ଥାଏ। ଇଭେଣ୍ଟ ମ୍ୟାନେଜମେଣ୍ଟ ଭାରତରେ ବହୁତ ବଡ ସ୍କେଲରେ କରାଯାଇଥାଏ।
ପ୍ରତିବର୍ଷ ସଫଳ ଇଭେଣ୍ଟ ମ୍ୟାନେଜର ଭାବରେ ୭୦ ରୁ ୧୨୦ ଛାତ୍ର ଛାତ୍ରୀ ପାସ କରିଥାନ୍ତି। ଚାକିରି କ୍ଷେତ୍ରରେ ୧୦୦ ପ୍ରତିଶତ ସହଯୋଗ କରିଆସିଛୁ ପୂର୍ବରେ ଇଭେଣ୍ଟ ପରିଚାଳନା ପାଇଁ ଏନ ଆଇ ଇ ଏମ୍ ଭୁବନେଶ୍ୱର ଏକ ଅଗ୍ରଣୀ ଅନୁଷ୍ଠାନ। ଫୁଲ୍ ଏୟାର କଣ୍ଡିସନ୍ ଏବଂ ଡିଜିଟାଲ୍ ସଜ୍ଜିତ ଶ୍ରେଣୀଗୃହ ସହିତ ଭୁବନେଶ୍ୱରର ସବୁଠାରୁ ପ୍ରାଇମ ଲୋକେସନରେ କେନ୍ଦ୍ରୀୟ ଭାବରେ ଅବସ୍ଥିତ, ୨୦୧୫ ମସିହାରୁ ଓଡିଶାରେ ଇଭେଣ୍ଟ ଏବଂ ମନୋରଞ୍ଜନ ଶିଳ୍ପ ସହିତ ଭଲ ରେପୋ ସହିତ ଆଗେଇ ଚାଲିଛୁ।
ଛାତ୍ରଛାତ୍ରୀ ମାନେ ପାଇଥିବା ଚାକିରି ଭିତରେ, କମ୍ପାନୀ ଗୁଡିକ ହେଉଛି ଜୀ ସାର୍ଥକ ଷ୍ଟାର ଭାରତ, ସୁନାମ ଧନ୍ୟ ଇଭେଣ୍ଟ କମ୍ପାନୀ ମାନେ ମଧ୍ୟ ଅଛନ୍ତି। ଏହା ସହିତ ବାହାର ରାଜ୍ୟରେ ମଧ୍ୟ ଚାକିରି କ୍ଷେତ୍ର ରେ ଆଗକୁ ରହିଛନ୍ତି। ଯେମିତି କି ରାଞ୍ଚି କୋଲକାତା ମୁମ୍ବାଇ ହାଇଦ୍ରାବାଦ ଇତ୍ୟାଦି। ଉଚ୍ଚ ଦରମା ସାଙ୍ଗକୁ ଆନନ୍ଦିତ ଜୀବନକୁ ଛାତ୍ରଛାତ୍ରୀ ମାନେ ଲାଭ ପାଇଛନ୍ତି।