Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଦିଲ୍ଲୀରେ ଓଡ଼ିଶାର ପ୍ରକଳ୍ପ ସମୀକ୍ଷା କଲେ ନବୀନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଦିଲ୍ଲୀରେ ଓଡ଼ିଶାର ପ୍ରକଳ୍ପ ସମୀକ୍ଷା କଲେ ନବୀନ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଞ୍ଚଦିନିଆ ଦିଲ୍ଲୀ ଗସ୍ତର ଆଜି ଚତୁର୍ଥ ଦିନ। ଏହି ଅବସରରେ ସେ ଓଡ଼ିଶା ଭବନ ଠାରେ ରାଜ୍ୟର ବିଭିନ୍ନ ପ୍ରକଳ୍ପ ବାବଦରେ ସମୀକ୍ଷା କରିଛନ୍ତି। କେନ୍ଦ୍ର ସରକାରଙ୍କ ଅନୁମୋଦନ ଅପେକ୍ଷାରେ ପଡ଼ିରହିଥିବା ବିଭିନ୍ନ ପ୍ରକଳ୍ପ ଏବଂ ସମସ୍ୟା ଘେରରେ ରହି ବିଳମ୍ବ ହୋଇଚାଲିଥିବା ବିଭିନ୍ନ ପ୍ରକଳ୍ପ ବାବଦରେ ଆଜି ଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶାର ଆବାସିକ କମିଶନର ରବି କାନ୍ତଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ଏହି ଅବସରରେ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।

ପ୍ରକଳ୍ପଗୁଡ଼ିକର ଅଗ୍ରଗତି, କାର୍ଯ୍ୟକାରିତା ବିଷୟରେ ପଚାରି ବୁଝିବା ସହ ନିୟମିତ ବ୍ୟବଧାନରେ ସମସ୍ତ ପ୍ରକଳ୍ପର ଅଗ୍ରଗତି ବାବଦରେ ଜଣାଇବାକୁ ମୁଖ୍ୟମନ୍ତ୍ର ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ଓଡ଼ିଶାର ଜିଏସ୍‌ଟି ବକେୟା, ରାଜପଥ ଏବଂ ରେଳପଥ ପ୍ରକଳ୍ପ ପାଣ୍ଠି, ଜଙ୍ଗଲ ଜମି କ୍ଲିୟରାନ୍ସ, ଉଷୁନା ଚାଉଳ କ୍ରୟ, ପ୍ରଧାନମନ୍ତ୍ରୀ ଆବାସ ଆଦି ପ୍ରସଙ୍ଗ ଉପରେ ମୁଖ୍ୟମନ୍ତ୍ରୀ ଆଜି ସମୀକ୍ଷା କରିଛନ୍ତି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।