really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ରବିବାର କିଟ୍ ପରିସରରେ ୩୯ତମ ବିଶ୍ୱ କବି ସମ୍ମିଳନୀର ଉଦଯାପନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ କହିଥିଲେ ଯେ, ଓଡ଼ିଶାକୁ ଆସି ଅତ୍ୟନ୍ତ ଉଲ୍ଲସିତ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ମୃତିଚାରଣ କରି କହିଥିଲେ ଯେ, ଗାନ୍ଧୀ ସତ୍ୟ ଓ ଅହିଂସାର ଦୂତ ଥିଲେ। ଭାରତର ସଂସ୍କୃତି ଓ ପରମ୍ପରା ବସୁଧୈବ କୁଟୁମ୍ବକମ୍ରେ ବିଶ୍ୱାସ ରଖେ। ସମଗ୍ର ବିଶ୍ୱ ଏକ ପରିବାର। ଦିନ ଥିଲା ଭାରତ ବିଶ୍ୱଗୁରୁ ଥିଲା। ବିଦେଶରୁ ଆସି ଛାତ୍ରଛାତ୍ରୀମାନେ ନାଳନ୍ଦା ବିଶ୍ୱବିଦ୍ୟାଳୟରେ ପଢ଼ୁଥିଲେ। ଭାରତ କେବେ ବି କୌଣସି ଦେଶ ଉପରେ ଆକ୍ରମଣ କରିନାହିଁ। କାରଣ ଭାରତ କେବେ ବି ହିଂସାରେ ବିଶ୍ୱାସ ରଖି ନାହିଁ। ବରଂ ପ୍ରଗତୀରେ ବିଶ୍ୱାସ କରି ଆସିଛି।