ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ଯୋଗୁ ପାଠପଢ଼ା ପ୍ରଭାବିତ ହୋଇଥିବାରୁ ସ୍କୁଲ ପରେ ଉଚ୍ଚ ଶିକ୍ଷାନୁଷ୍ଠାନରେ ମଧ୍ୟ ଖରା ଛୁଟି କମା ଯାଇଛି । ଫଳରେ ଜୁନ୍ ୧ରୁ ୧୬ ପର୍ଯ୍ୟନ୍ତ ରାଜ୍ୟ ସରକାର ଖରାଛୁଟି ଘୋଷଣା କରିଛନ୍ତି । ଦରକାର ପଡ଼ିଲେ ଛୁଟି ଦିନ ଓ କାର୍ଯ୍ୟ ଦିବସରେ ମଧ୍ୟ ଅତିରିକ୍ତ କ୍ଲାସ ହେବ । ଏନେଇ ବିଶ୍ୱବିଦ୍ୟାଳୟ କୁଳପତି ଏବଂ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ସଚିବ ଚିଠି ଲେଖିଥିବା ସୂଚନା ମିଳିଛି ।