Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆସୁଛନ୍ତି ଉପରାଷ୍ଟ୍ରପତି, ବିଶ୍ୱ କବି ସମ୍ମିଳନୀ ଓ ‘ସମାଜ’ ଶତବାର୍ଷିକୀରେ ଯୋଗଦେବେ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆସୁଛନ୍ତି ଉପରାଷ୍ଟ୍ରପତି, ବିଶ୍ୱ କବି ସମ୍ମିଳନୀ ଓ ‘ସମାଜ’ ଶତବାର୍ଷିକୀରେ ଯୋଗଦେବେ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରବିବାର ଉପରାଷ୍ଟ୍ରପତି ଏମ. ଭେଙ୍କିଆ ନାଇଡୁ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରବିବାର ପୂର୍ବାହ୍ଣ ୧୦ଟା ୧୫ରେ ଉପ-ରାଷ୍ଟ୍ରପତି ଶ୍ରୀ ନାଇଡୁ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ। ପରେ ସେ ବିମାନବନ୍ଦରରୁ ସିଧା କିଟ୍ ବିଶ୍ୱବିଦ୍ୟାଳୟ ଅଭିମୁଖେ ଯାତ୍ରା କରିବେ। ସେଠାରେ ଆୟୋଜିତ ବିଶ୍ୱ କବି ସମ୍ମିଳନୀରେ ଯୋଗ ଦେବେ।

ମଧ୍ୟାହ୍ନ ୧୨ଟା ୩୦ରେ ଉପରାଷ୍ଟ୍ରପତି କିଟ୍ ରୁ ବାହାରି ରାଜଭବନ ଅଭିମୁଖେ ଆସିବେ। ୧୨ଟା ୫୦ରେ ରାଜଭବନରେ ପହଞ୍ଚିବେ। ସେଠାରେ ଉପରାଷ୍ଟ୍ରପତି ମଧ୍ୟାହ୍ନ ଭୋଜନ କରିବା ସହ ବିଶ୍ରାମ ନେବେ। ଅପରାହ୍ଣ ୩ଟା ୧୫ରେ ସେ ରାଜଭବନରୁ ବାହାରି କଟକ ଅଭିମୁଖେ ଯାତ୍ରା କରିବେ। କଟକ ଇନଡୋର ଷ୍ଟାଡିୟମରେ ଆୟୋଜିତ ‘ସମାଜ’ର ଶତକାର୍ଷିକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେବେ। ସନ୍ଧ୍ୟା ୫ଟାରେ ଉପରାଷ୍ଟ୍ରପତି କଟକରୁ ବାହାରି ସିଧା ବିମାନବନ୍ଦର ଅଭିମୁଖେ ଯିବେ। ସେଠାରେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯିବା ପରେ ସେ ନୁଆଦିଲ୍ଲୀ ଫେରିଯିବେ।

ଉପ-ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଦ୍ୱୈତନଗରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିମାନବନ୍ଦରର ସୁରକ୍ଷା ଦାୟିତ୍ୱ ସିଆଇଏସଫ୍ ସମ୍ଭାଳୁଥିବା ବେଳେ ବାହାର ତଥା ରୁଟ୍ ଲାଇନକୁ କମିଶନରେଟ୍ ପୁଲିସ୍ ଓ ସ୍ପେଶାଲବ୍ରାଞ୍ଚ ତୁଲାଉଛନ୍ତି। ଉପ-ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କମିଶନରେଟ ପୁଲିସ୍ ପକ୍ଷରୁ ବ୍ଲୁ-ବୁକ୍ ନିୟମ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁଲିସ କମିଶନର ସୁଧାଂଶୁ ଶେଖର ଷଡ଼ଙ୍ଗୀଙ୍କ ନେତୃତ୍ୱରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଭୁବନେଶ୍ୱରରେ ୨ଜଣ ଡିସିପି, ୪ଜଣ ଅତିରିକ୍ତ ଡିସିପି, ୧୨ଜଣ ଏସିପି, ୫୦ଜଣ ଅଫିସରଙ୍କ ସମେତ ୨୭ ପ୍ଲାଟୁନ ପୁଲିସ୍ ଫୋର୍ସ ସୁରକ୍ଷା ଦାୟିତ୍ୱରେ ଥିବା ବେଳେ କଟକରେ ମଧ୍ୟ ୨ଜଣ ଡିସିପି, ୩ ଜଣ ଅତିରିକ୍ତ ଡିସିପି, ୬ ଜଣ ଏସିପି ଓ ୩୦ରୁ ଊଦ୍ଧ୍ୱର୍ ଅଫିସରଙ୍କୁ ନିୟୋଜିତ କରାଯାଇଛି। ବିଶେଷ କରି ଉପ-ରାଷ୍ଟ୍ରପତିଙ୍କ ଗସ୍ତକାଳରେ ସହରରେ ଯେପରି ଟ୍ରାଫିକ୍ ବ୍ୟବସ୍ଥାରେ କୌଣସି ତ୍ରୁଟି ନରହେ ସେଥିପ୍ରତି ଦୃଷ୍ଟି ଦେବାକୁ ପୁଲିସ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

କମିଶନର ଶ୍ରୀ ଷଡ଼ଙ୍ଗୀ ବ୍ଲୁ-ବୁକ୍ ନିୟମ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥାକୁ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରିଥିବା ବେଳେ ଶନିବାର କାରକେଡ ରିହଲସାଲ କରାଯାଇଛି। ଏହି ସମୟରେ ଟ୍ରାଫିକ ବ୍ୟବସ୍ଥାରେ ଯେପରି ତ୍ରୁଟି ପରିଲକ୍ଷିତ ନହୁଏ, ସେଥିପାଇଁ ଡିସିପି (ଟ୍ରାଫିକ) ସାଗରିକା ନାଥଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁଲିସ ଡିଜି ବିଜୟ କୁମାର ଶର୍ମା ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି।