କୁଆଁପାଳ,ଏନ୍ଏନ୍ଏସ୍: ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ଭାଇ ହେଲା ରକ୍ତ ମୁଖା, ବଡ଼ ଭାଇର ପୁରା ପରିବାରକୁ ହାଣି ଦେଇ ସାନଭାଇର ଆତ୍ମ ସମର୍ପଣ ଘଟଣା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଳମ୍ବିତ ରାତ୍ରିରେ ସାନଭାଇ ଜମିଜମା ବିବାଦ ଓ ପାରିବାରିକ ଶତ୍ରୁତା ପାଇଁ ବଡ଼ ଭାଇ ପରିବାରର ୫ ଜଣଙ୍କୁ ହତ୍ୟା କରିଥିଲା। ପାଖ ପଡୋଶୀ କେହି ଟେର ପାଇଲେ ନାହିଁ। ସାନ ଭାଇ ଶିବ ପ୍ରସାଦ ସାହୁ ଯିଏ କି ପେଶାରେ ଜଣେ ଡ୍ରାଇଭର। ସାନ ଭାଇ କୌଣସି କାରଣକୁ ନେଇ ବଡ଼ ଭାଇ ଅଲେଖ ସାହୁ, ଭାଉଜ ରଶ୍ମି ସାହୁ, ଝିଆରି ପାୟଲ, ପୁତୁରା ଗୁଡୁ ଓ ଟୁଡୁକୁ ମାରଣାସ୍ତ୍ର ଦ୍ୱାରା ହାଣି ହତ୍ୟା କରିଛି।

ଆଜି ସକାଳୁ ଏହି ଘଟଣା ଚାରିଆଡେ ଖେଳିଯିବା ପରେ ସାଲେପୁର ଏସ୍ଡ଼ିପିଓ, ମାହାଙ୍ଗା ଆଇଆଇସି, ତହସିଲଦାର ପ୍ରମୁଖ ଘଟଣାସ୍ତଳୀରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛନ୍ତି। ଖଣ୍ଡା ଚୋଟରେ ଏମାନଙ୍କୁ ହତ୍ୟା କରାଯିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ବନ୍ଦ କୋଠରୀ ଭିତରୁ ମୃତକମାନଙ୍କ ଶବ ପୁଲିସ ଜବତ କରିଥିଲା ବେଳେ ହତ୍ୟାକରୀ ଶିବ ପୁଲିସ ଆଗରେ ନିଜର ଦୋଷ ସ୍ୱିକାର କରିଛି।
