ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ୩ ଟି ସ୍ଥାନରେ ପାରଦ ୪୨ ଡିଗ୍ରୀ ସେଲସିୟସକୁ ବୃଦ୍ଧି ପାଇଛି। ଓଡିଶାର ତିନି ସହରରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଛି। ଭାରତ ପାଣିପାଗ କେନ୍ଦ୍ରର ଆଞ୍ଚଳିକ କେନ୍ଦ୍ର ଦେଇଥିବା ସୂଚନା ଅନୁଯାୟୀ ବାଲାଙ୍ଗୀର ୪୨.୬ ଡିଗ୍ରୀ ସେଲସିୟସ ସହିତ ରାଜ୍ୟର ସବୁଠାରୁ ଉତ୍ତପ୍ତ ସ୍ଥାନ ଥିଲା।
ଏହା ପରେ ଟିଟିଲାଗଡ଼ରେ ୪୨.୬ ଏବଂ ବୌଦ୍ଧରେ ୪୨ ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଥିଲା। ଏହା ବ୍ୟତୀତ ପ୍ରାୟ ପାଞ୍ଚଟି ସ୍ଥାନ ୪୦ ଡିଗ୍ରୀ ସେଲସିୟସରୁ ଅଧିକ ତାପମାତ୍ରା ଅନୁଭୁତ ହୋଇଛି। ସେଗୁଡ଼ିକ ହେଉଛି ଝାରସୁଗୁଡା (୪୦.୮), ସମ୍ବଲପୁର (୪୦.୧), ସୁନ୍ଦରଗଡ (୪୦.୫), ଭବାନୀପାଟଣା (୪୦.୬) ଏବଂ ସୋନେପୁର (୪୦.୬)। ସେହିଭଳି ରାଜଧାନୀ ଭୁବନେଶ୍ୱରର ବାସିନ୍ଦାମାନେ ୩୪.୪ ଡିଗ୍ରୀ ସେଲସିୟସ ହୋଇଥିବାବେଳେ କଟକର ଲୋକମାନେ ୩୪.୨ ଡିଗ୍ରୀ ସେଲସିୟସ ତାପମାତ୍ରା ଦେଖିଲେ।
ସେପଟେ ବଙ୍ଗୋପସାଗର ସମେତ ଦକ୍ଷିଣ ଆଣ୍ଡାମାନ୍ ସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଯାହା ଆସନ୍ତା ୮ ତାରିଖ ବେଳକୁ ଘନୀଭୂତ ହୋଇ ବାତ୍ୟାର ରୂପ ମଧ୍ୟ ନେଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି।
ତେବେ ଏପର୍ଯ୍ୟନ୍ତ ଏହା କେତେ ଶକ୍ତିଶାଳୀ ଲଘୁଚାପ କ୍ଷେତ୍ର ସୃଷ୍ଟି କରିବ ଏହାର ପ୍ରଭାବ କେଉଁଠି ପଡିବ ଓ କେଉଁ ଦିଗରେ ଗତି କରିବ ତାକୁ ନେଇ ଆକଳନ କରାଯାଇ ନାହିଁ। ଏପ୍ରିଲ ୬ ତାରିଖ ପରେ ଏହା ସ୍ପଷ୍ଟ ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।