ଆଜି UNSCକୁ ସମ୍ବୋଧିତ କରି‌ବେ ୟୁକ୍ରେନ୍‌ର ରାଷ୍ଟ୍ରପତି ଜେଲେନ୍‌ସ୍କି

କିଭ୍‌,ଏଜେନ୍ସି:  ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଗତ ଫେବ୍ରୁଆରୀ ମାସ ୨୪ ତାରିଖ ଠାରୁ ଜାରି ରହିଛି। ସ୍ଥିତି ଏଭଳି ହୋଇଛି ଯେ, ୟୁକ୍ରେନ୍‌ର ସହରଗୁଡ଼ିକରେ ଲୋକ ଆଉ ରାଜରାସ୍ତାରେ ପୂର୍ବଭଳି ଦେଖିବାକୁ ମିଳୁନାହାଁନ୍ତି। ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଅନେକ ପର୍ଯ୍ୟାୟରେ ଆଲୋଚନା ଜାରି ରହିଥିଲେ ବି ଫଳାଫଳ ଶୂନ୍ୟ। ଉଭୟ ଦେଶର ସ୍ଥିତି ସ୍ବାଭାବିକ ହେବା ପାଇଁ ବିଦେଶୀ ରାଷ୍ଟ୍ରମାନେ ମଧ୍ୟ ହସ୍ତକ୍ଷେପ କରୁଛନ୍ତି। କିନ୍ତୁ ସମାଧାନର ରାସ୍ତା ବାହାରି ପାରୁନାହିଁ। ଏହାରି ଭିତରେ ଆଜି ସଂଯୁକ୍ତ ରାଷ୍ଟ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)କୁ ୟୁକ୍ରେନ୍‌ର ରାଷ୍ଟ୍ରପତି ଜେଲେନ୍‌ସ୍କି ସମ୍ବୋଧିତ କରିବେ।

ସୂଚନାଯୋଗ୍ୟ, ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪୧ ଦିନରେ ପହଞ୍ଚିଛି। ଏହାରି ମଧ୍ୟରେ ୟୁକ୍ରେନ୍‌ର ରାଜଧାନୀ କିଭ୍‌ ସମେତ ଖାରକିଭ୍‌ ଓ ମାରିୟୁପୋଲ ସର୍ବାଧିକ କ୍ଷତି ସହିଛି। ରୁଷିଆର ସେନା ଏହି ୩ଟି ସହରକୁ ଏକପ୍ରକାର ବର୍ବାଦ କରିଦେଇଛନ୍ତି। ବିଦେଶୀ ନାଗରିକମାନେ ୟୁକ୍ରେନ୍‌ ଛାଡ଼ି ସ୍ବଦେଶକୁ ପଳାୟନ କରିଛନ୍ତି। ୟୁକ୍ରେନ୍‌ ନାଗରିକ ପଡୋଶୀ ରାଷ୍ଟ୍ର ଓ ଆମେରିକାର ଶରଣ ନେଇଛନ୍ତି। ଭାରତର ଶତପ୍ରତିଶତ ନାଗରିକ ୟୁକ୍ରେନ୍‌ ଛାଡ଼ିସାରିଛନ୍ତି