ସଇଁନ୍ତଲା,ଏନ୍ଏନ୍ଏସ୍: ସାରା ରାଜ୍ୟରେ ଦିନକୁ ଦିନ ମହିଳା ମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ବଢ଼ିବାରେ ଲାଗିଛି। ନାରୀ ନିର୍ଯ୍ୟାତନାର ପ୍ରତିବାଦରେ ନାରୀର ଭୂମିକାକୁ ନେଇ ଏକ କ୍ଷୁଦ୍ର ଚଳଚ୍ଚିତ୍ର ଦୂର୍ଗା ଶକ୍ତି ବଲାଙ୍ଗିର ଜିଲ୍ଲାର ଅନେକ କଳାକାର ମାନଙ୍କୁ ନେଇ ନିର୍ମାଣ କରାଯାଇଥିବା ବେଳେ ଆଜି ୟୁଟୁବରେ ଶୁଭ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ର ସମାଜରେ ବଢୁଥିବା ନାରୀଙ୍କ ପ୍ରତି ନିର୍ଯ୍ୟାତନାକୁ ନାରୀ ହିଁ ନିଜ ଭିତରେ ଥିବା ଶକ୍ତିର ଜାଗରଣ କରି ତାହାର ପ୍ରତିବାଦ ଓ ପ୍ରତିରୋଧ କରିପାରିବ ବୋଲି ଏହି ଚଳଚ୍ଚିତ୍ର ମାଧ୍ୟମରେ ବାର୍ତ୍ତା ଦିଆଯାଇଛି।
