ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଆଜି ହୋଇଥିବା ଆଲୋଚନା ଶେଷ ହୋଇଛି । ତୁର୍କୀର ଇସ୍ତାନବୁଲରେ ଉଭୟ ଦେଶ ମଧ୍ୟରେ ହୋଇଥିବା ବୈଠକ ପାଖାପାଖି ୩ ଘଣ୍ଟା ଚାଲିଥିଲା । ଏହି ବୈଠକ ପରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଉପରେ ରୋକ ଲାଗିବା ନେଇ ଅନୁମାନ କରାଯାଉଛି । ଆଲୋଚନା ସକାରାତ୍ମକ ରହିଥିବା ନେଇ ଋଷ ପ୍ରତିନିଧି ମଣ୍ଡଳ କହିଛି । ଉଭୟ ଦେଶ ମଧ୍ୟରେ ଆଗାମୀ ୨ ସପ୍ତାହ ପର୍ଯ୍ୟନ୍ତ ଆଲୋଚନା ଜାରି ରହିବ ବୋଲି ମଧ୍ୟ ସୂଚନା ମିଳିଛି ।
ଋଷ ଚାହୁଁଛି କି ୟୁକ୍ରେନ ନାଟୋରେ ସାମିଲ ନହେଉ ଏବଂ ଡୋନବାସ ଅଞ୍ଚଳକୁ ସ୍ୱାଧୀନ ଘୋଷଣା କରାଯାଉ । ଋଷର ଏହି ଦାବିକୁ ୟୁକ୍ରେନ ଗ୍ରହଣ କରିଥିବା ନେଇ ଅନୁମାନ କରାଯାଉଛି । ଅନ୍ୟପଟେ ୟୁକ୍ରେନ ୮ ଦେଶକୁ ସୁରକ୍ଷା ସୁନିଶ୍ଚିତ କରିବାକୁ ଦାବି କରିଛି ।