ଭୁବନେଶ୍ୱର,ଏନ୍ଏନ୍ଏସ୍:୨୦୨୧-୨୨ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି । ୨୦୨୧-୨୨ରେ ଆର୍ଥିକ ଅଭିବୃଦ୍ଧି ହାର ୧୦.୧ ପ୍ରତିଶତ ରହିଛି । ରାଜ୍ୟର ଅଭିବୃଦ୍ଧି ହାର ଜାତୀୟସ୍ତରଠାରୁ ମଧ୍ୟ ଅଧିକ ରହିଛି ।
୨୦୧୧-୧୨ରେ ଆର୍ଥିକ ଅଭିବୃଦ୍ଧି ହାର ୫.୩ ପ୍ରତିଶତ ଥିଲା । ରାଜ୍ୟର ମୁଣ୍ଡପିଛା ଆୟ ୨୦୧୧-୧୨ ତୁଳନାରେ ଦ୍ୱିଗୁଣିତ ରହିଛି । ୨୦୧୧-୧୨ରେ ମୁଣ୍ଡପିଛା ଆୟ ୪୮,୪୯୯ ରହିଥିଲା । ଏବେ ମୁଣ୍ଡପିଛା ବାର୍ଷିକ ଆୟ ୧ଲକ୍ଷ ୨୭ହଜାର ୩୮୩କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି ।