ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟରେ ତଳ ମୁହାଁ କୋରୋନାର ସଂକ୍ରମଣ। ଗତ ୨୪ ଘଣ୍ଟାରେ ୪୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ମଧ୍ୟରୁ ୧୬ କିଶୋର କିଶୋରୀ ରହିଥିବା ବେଳେ ୨୯କ୍ବାରେଣ୍ଟାଇନ ସେଣ୍ଟର ଓ ୧୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।
ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବରରୁ ୪, ଭଦ୍ରକରୁ ୧, ବଲାଙ୍ଗୀରରୁ ୯, କଟକରୁ ୧, ଗଜପତିରୁ ୭, ଯାଜପୁରରୁ ୨, କେନ୍ଦ୍ରାପଡାରୁ ୩, ଖୋର୍ଦ୍ଧାରୁ ୬,ଝାରସୁଗୁଡାରୁ ୩, ସମ୍ବଲପୁରରୁ ୩, ସୁନ୍ଦରଗଡରୁ ୮ ଓ ଷ୍ଟେଟପୁଲରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି।
ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର, ୪୬୯ରେ ପହଞ୍ଚିଛି। ବର୍ତ୍ତମାନ ରାଜ୍ୟରେ ୪୧୯ ସକ୍ରିୟ ମାମଲା ରହିଛି। ମୋଟ ୧୨ ଲକ୍ଷ ୭୭ ହଜାର ୮୭୯ ଜଣ ସୁସ୍ଥ ହୋଇଛନ୍ତି। ସଂକ୍ରମଣ ହାର ହ୍ରାସ ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଇଛି। ସଂକ୍ରମଣ କମିଲେ ମଧ୍ୟ ନିୟମକୁ ଅଣଦେଖା ନ କରିବା ଭଲ।