ଭୁବନେଶ୍ୱରରେ ନିତି ଆୟୋଗର ସ୍ୱତନ୍ତ୍ର ସଚିବ, ବିଏମସି ପରିମଳ ତଥା ଏନ୍ନତି ମୂଳକ କାମର କଲେ ଅନୁଧ୍ୟାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ନିତି ଆୟୋଗର ଏକ ସ୍ୱତନ୍ତ୍ର ଟିମ୍ ଗତକାଲି ମହାନହର ନିଗମର ସହର ପରିମଳ ଏବଂ ବିକାଶମୂଳକ ପଦକ୍ଷେପ ସମିକ୍ଷା କରିଛନ୍ତି। ନିତି ଆୟୋଗର ସ୍ୱତନ୍ତ୍ର ସଚିବ, ଡକ୍ଟର କେ ରାଜେଶ୍ୱର ରାଓ ୱାର୍ଡ ନମ୍ବର ୧୪ ଅନ୍ତର୍ଗତ ମା ମଙ୍ଗଳା ଆଦର୍ଶ କଲୋନୀ ଏବଂ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ର ୱାର୍ଡ ନମ୍ବର ୧୨ ଅନ୍ତର୍ଗତ ସୈନିକ ସ୍କୁଲ ଅଞ୍ଚଳ ପରିଦର୍ଶନ କରିଥିଲେ।

ତାଙ୍କ ସହ କମିଶନର୍ ବିଏମସି ସଞ୍ଜୟ କୁମାର ସିଂ ଏବଂ ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ନିର୍ଦ୍ଦେଶକ ମ୍ୟୁନିସିପାଲିଟି ଆଡମିନିଷ୍ଟ୍ରେସନ (ଡିଏମଏ) ର ସଂଗ୍ରାମଜିତ୍ ନାୟକ ଉପସ୍ଥିତ ଥିଲେ। ଏହି ସମୟରେ ଅଧିକାରୀମାନେ ଜାଗା ମିଶନର ଫ୍ଲାଗସିପ୍ ପ୍ରୋଗ୍ରାମ ଅଧୀନରେ ରାସ୍ତା, ବିଦ୍ୟୁତ୍, ପାନୀୟ ଜଳ, ଖୋଲା ସ୍ଥାନ ବିକାଶ, ପରିମଳ, ପାର୍କ ଏବଂ ଜଳାସୟର ବିକାଶ ଭଳି ବିଭିନ୍ନ ସହରାଞ୍ଚଳ ସୁବିଧା ସହିତ କିପରି ଯୋଗାଇ ଦିଆଯାଉଛି। ଶିଶୁ ଅନୁକୂଳ ଉପକରଣ, ପ୍ରତ୍ୟେକ ପରିବାରକୁ ପାନୀୟ ଜଳ ଏବଂ ଶୌଚାଳୟ, ରାସ୍ତା ପାର୍ଶ୍ୱ ଆଲୋକୀକରଣ ସୁବିଧା, ଖୋଲା ଜିମ୍ ଭଳି ସୁବିଧା ସହିତ ଏହା କିପରି ରୂପାନ୍ତରିତ ହୋଇଛି ତାହା ପୂର୍ବରୁ ଏହି ଅଞ୍ଚଳର ଅବସ୍ଥା କିପରି ଥିଲା? ଏସବୁ ବିଷୟରେ ବିଏମସି ଦ୍ୱାରା ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଥିଲା।

ଅଧିକାରୀମାନେ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ମଧ୍ୟ ପରିଦର୍ଶନ କରିଥିଲେ। ଘରଗୁଡିକରୁ କିପରି ପୃଥକ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଉଛି, ଓଦା ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ଏବଂ ବିଭିନ୍ନ ମେସିନ୍ ମାଧ୍ୟମରେ ଗଜୠ ରେ ଶୁଖିଲା ବର୍ଜ୍ୟବସ୍ତୁ ପୃଥକ କରିବା, ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପୃଥକ କରିବା ସହିତ କିପରି ଏଥିରୁ ମୋ ଖତ ଉତ୍ପାଦନ କରାଯାଉଛି ସେ ନେଇ ଏଠାରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ସୂଚନା ଦେଇଥିଲେ।