ଭୁବନେଶ୍ୱର,ଏନ୍ଏନ୍ଏସ୍: ୩ ମହାନଗର ପାଇଁ ବିଜେଡି ପକ୍ଷରୁ ମେୟର ପ୍ରାର୍ଥୀ ଘୋଷଣା କରାଯାଇଛି । ଏହି କ୍ରମରେ ଭୁବନେଶ୍ୱର ପାଇଁ ସୁଲୋଚନା ଦାସ ମେୟର ପ୍ରାର୍ଥୀ ହୋଇଥିବାବେଳେ କଟକ ପାଇଁ ସାଂସଦ ସୁବାସ ସିଂହ ହୋଇଛନ୍ତି। ସେହିପରି ବ୍ରହ୍ମପୁର ପାଇଁ ସଂଘମିତ୍ରା ଦଳେଇ ପ୍ରାର୍ଥୀ ହୋଇଥିବା ସୂଚନା ମିଳିଛି ।