ଭୁବନେଶ୍ୱର,ଏନ୍ଏନ୍ଏସ୍: ମହାଶିବ ରାତ୍ରି ପାଇଁ ଆଉ ରହିଲା କିଛି ଦିନ। ଏନେଇ ବ୍ୟାପକ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ଶିବରାତ୍ରି ପାଇଁ ଗାଇଡ଼ଲାଇନ୍ ଜାରି କରାଯାଇଥିବା ବେଳେ କମିସନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ଲାଗୁ କରାଯାଇଛି।
ଏହି କଟକଣା ମାର୍ଚ୍ଚ ୧ତାରିଖ ଦିନ ୨ଟାରୁ ମହାଦୀପ ଉଠିବା ପର୍ଯ୍ୟନ୍ତ ତଥା ଜନସମାଗମ ଅପସାରିତ ହେବା ଯାଏ ବଳବତ୍ତର ରହିବ।
-ରଥ ରୋଡ୍ ଏବଂ ପୁନମା ଗେଟ୍ ପଟୁ ଲିଙ୍ଗରାଜ ମନ୍ଦିର ଆଡକୁ ଆସୁଥିବା ସମସ୍ତ ଗାଡ଼ି ଗୁଡ଼ିକ ବଢେଇବାଙ୍କ ଛକ(ମୁନା ମେଡ଼ିକାଲ ଷ୍ଟୋର) ଠାରୁ ଆଗକୁ ନଯାଇ ବି.ଏମ୍ ହାଇସ୍କୁଲ ପଡ଼ିଆରେ ଗାଡ଼ି ପାର୍କିଂ କରିବେ।
– କେଦାରଗୌରୀ ମନ୍ଦିର ପଟୁ ଲିଙ୍ଗରାଜ ମନ୍ଦିର ଆଡକୁ ଆସୁଥିବା ସମସ୍ତ ଗାଡି ଗୁଡ଼ିକ କୋଟିତୀର୍ଥ ଗଳି ଦେଇ ବିଏମ୍ସି ନୂଆ ମାର୍କେଟ୍ କମ୍ପେ୍ଲକ୍ସ ପାର୍କିଂ/ଅନନ୍ତ ବାସୁଦେବ ମନ୍ଦିର ପାର୍କିଂରେ ଗାଡି ରଖିପାରିବେ। ଏଥିପାଇଁ କୋଟିତୀର୍ଥ ଗଳି ଠାରୁ ସିଦ୍ଧିମଣ୍ଡପ ଗଳି ପର୍ଯ୍ୟନ୍ତ ରାସ୍ତାକୁ ଯାନବାହନ ଚଳାଚଳ ପାଇଁ ୱାନ୍-ୱେ କରାଯାଇଛି।
– ବିବେକାନନ୍ଦ ମାର୍ଗ/ ସାନିଟୋରିୟମ ଛକ ପଟୁ ଲିଙ୍ଗରାଜ ମନ୍ଦିର ଆଡକୁ ଆସୁଥିବା ସମସ୍ତ ଗାଡିଗୁଡ଼ିକ କାଚରାପିଣ୍ଡି(କେଦାରଗୌରୀ ମନ୍ଦିର) ରାସ୍ତା ଭାୟା କୋଟିତୀର୍ଥ ଗଳି ରାସ୍ତା ଦେଇ ବିଏମ୍ସି ନୂଆ ମାର୍କେଟ୍ କମ୍ପେ୍ଲକ୍ସ ପାର୍କିଂ/ ଅନନ୍ତ ବାସୁଦେବ ମନ୍ଦିର ପାର୍କିଂରେ ଗାଡି ରଖିପାରିବେ।
– ଗ୍ୟାରେଜ ଛକ କିମ୍ବା ଶ୍ରୀରାମନଗର, ସାମନ୍ତରାପୁର ପଟୁ ଲିଙ୍ଗରାଜ ମନ୍ଦିର ଆଡକୁ ଆସୁଥିବା ସମସ୍ତ ଗାଡ଼ିଗୁଡ଼ିକ ସବଷ୍ଟେସନ ଛକ ଠାରୁ ଆଗକୁ ନଯାଇ ବିଏମ୍ସି ନୂଆ ମାର୍କେଟ୍ କମ୍ପେ୍ଲକ୍ସ ପାର୍କିଂ/ ଅନନ୍ତ ବାସୁଦେବ ମନ୍ଦିର ପାର୍କିଂରେ ଗାଡି ରଖିପାରିବେ।
– କେଉଟସାହି ପଟୁ ଲିଙ୍ଗରାଜ ମନ୍ଦିର ଆଡକୁ ଆସୁଥିବା ସମସ୍ତ ଗାଡି ଗୁଡ଼ିକ ସବଷ୍ଟେସନ ଛକ ଠାରୁ କେଦାରଗୌରୀ ଗଳି ଦେଇ ବିଏମ୍ସି ନୂଆ ମାର୍କେଟ୍ କମ୍ପେ୍ଲକ୍ସ ପାର୍କିଂ/ ଅନନ୍ତ ବାସୁଦେବ ମନ୍ଦିର ପାର୍କିଂରେ ଗାଡି ରଖିପାରିବେ।
-ତାରା ସୁନ୍ଦରୀ ରାସ୍ତାରେ ଲିଙ୍ଗରାଜ ମନ୍ଦିର ଆଡକୁ ଆସୁଥିବା ସମସ୍ତ ଗାଡି ଗୁଡିକ ବଢେଇବାଙ୍କ ଛକକୁ ନଯାଇ ମ୍ୟୁନିସିପାଲଟି ହସ୍ପିଟାଲ କିମ୍ବା ବିଏମ୍ ହାଇସ୍କୁଲ ପଡ଼ିଆରେ ଗାଡି ପାର୍କିଂ କରିପାରିବେ।
– ଆମନ୍ତ୍ରିତ ଅତିଥି/ ସରକାରୀ କର୍ମଚାରୀଙ୍କ ଯାନବାହନ ରଥ ରୋଡ୍ରେ ଆସି ବଢ଼େଇବାଙ୍କ ଛକ ଠାରୁ ମ୍ୟୁନିସିପାଲଟି ହସ୍ପିଟାଲ ରାସ୍ତା ଦେଇ ନିର୍ଦ୍ଧାରିତ ହୋଇଥିବା ପାର୍କିଂ ସ୍ଥାନକୁ ଯାଇପାରିବେ।