ଭୁବନେଶ୍ୱର,ଏନ୍ଏନ୍ଏସ୍: ଖୋଲୁଛି ନକଲି ଡାକ୍ତରର ରମେଶ ସ୍ୱାଇଁର ଗୁମର। ନକଲି ଡାକ୍ତରର ପରିଚୟ ଦେଇ ୧୭ ଜଣଙ୍କୁ ବିବାହ କରିଥିବା ଏହି ଠକ ଆହୁରି ୨୫ ଜଣଙ୍କୁ ବିବାହ କରିବା ପାଇଁ କରୁଥିଲା ଯୋଜନା। ଯାହାର ଗୁମର ଏବେ ଧିରେ ଧିରେ ପଦାକୁ ଆସିବା ଆରମ୍ଭ ହୋଇଛି।
ଏଣେ କମିଶନରେଟ୍ ପୋଲିସ୍ ଦ୍ୱାରା ରମେଶ ସ୍ୱାଇଁକୁ ଗିରଫ କରାଯାଇଥିବା ବେଳେ ଏବେ ତାକୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିଛି ପୁଲିସ। ଗତ ୩୦ ବର୍ଷରେ କେଉଁମାନଙ୍କୁ ରମେଶ ସ୍ୱାଇଁ ନିଜ ଜାଲରେ ଫସାଇଛି ଓ ଠକିଛି ତାର ତଥ୍ୟ ବାହାର କରିବା ପାଇଁ ରିମାଣ୍ଡ ଆବେଦନ କରିଛି ପୁଲିସ।
ଏହି ନକଲି ଡାକ୍ତରର ସବୁ ଗୁମର ଖୋଲିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ଯେଉଁଥିରେ ମହିଳା ସେଲ୍ ଓ ଆଣ୍ଟି ଫ୍ରଡ୍ ସେଲ ଅଧିକାରୀ ମଧ୍ୟ ସାମିଲ ରହିଛି।