Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସଂଘର୍ଷ ମଧ୍ୟରେ ସଫଳତା ପାଇବାର ଅନୁଭୂତି ନିଆରା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସଂଘର୍ଷ ମଧ୍ୟରେ ସଫଳତା ପାଇବାର ଅନୁଭୂତି ନିଆରା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌; ୧୯୯୩ ମସିହା ନଭେମ୍ବର ୨୫ରେ ସାଲେପୁରରେ ଓଲିଉଡ଼ ଜଗତର ପ୍ରଚ୍ଛଦପଟ ଗାୟକ ଅବିନାଶ ଦାଶଙ୍କ ଜନ୍ମ। ନିଜର ରୋମାଣ୍ଟିକ ଗୀତର ତାଳେ ତାଳେ ଶ୍ରୋତାଙ୍କୁ ମତୁଆଲା କରୁଥିବା ଅବିନାଶ ଦାସ ବାସ୍ତବିକ ଜୀବନରେ ଖୁବ୍ ମେଳାପୀ। ଏକାଧିକ ଭାଷାରେ ନିଜର ସ୍ୱରର ଯାଦୁ ଦେଖାଇଥିବା ଅବିନାଶଙ୍କ ସଂଗୀତର ଏହି ଯାତ୍ରା ଯଦିଓ ସଂଘମେୟ ରହିଥିଲା ତେବେ ସେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ସୃଷ୍ଟି କରିପାରିଛନ୍ତି ନିଜର ଏକ ସ୍ୱତନ୍ତ୍ର ପରିଚୟ।

ଭୁବନେଶ୍ୱରରେ ରହୁଥିବା ଅବିନାଶ ମଧୁସୂଦନ ଆଇନ୍ ମହାବିଦ୍ୟାଳୟରୁ ବିଏଏଲଏଲବି ଡ଼ିଗ୍ରୀ ହାସଲ କରିଥିବାବେଳେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତା ବିଭାଗରେ ସ୍ନାତକୋତ୍ତର ସମାପ୍ତ କରିଛନ୍ତି। ନିକଟରେ ମୁକ୍ତିଲାଭ କରିଥିବା ‘ଉର୍ବସୀ’, ‘ତୁ ମୋ ପ୍ରେମରେ ଅଛୁ’, ‘ବାଜିଗର’, ‘ତୋର ହେଇ ରହିବି ମୁଁ’, ‘ପ୍ରେମର ଦୁନିଆ’, ମାହିରେ ମାହିରେ’ ଆଦି ଗୀତ ବୋଲି ଲୋକପ୍ରିୟ ହୋଇପାରିଛି। ତେବେ ବିଶେଷ କରି ଯୁବପିଢ଼ିଙ୍କୁ ନିଜ ମ୍ୟୁଜିକ ଭିଡ଼ିଓମାଧ୍ୟମରେ ବାନ୍ଧି ରଖିଥିବା ଅବିନାଶଙ୍କ ସହ ସ୍ୱତନ୍ତ୍ର ବାର୍ତ୍ତାଳାପ…

ପ୍ରଶ୍ନ ୧) ଗୀତ ଗାଇବା କେବେଠାରୁ ଆରମ୍ଭ କରିଥିଲେ ସଂଗୀତର ପୂରା ଯାତ୍ରା କିପରି ରହିଛି?
ଗୀତ ଗାଇବା ଆରମ୍ଭ ଜେଜେ ମା’ କୋଳରେ ଝୁଲିବା ବେଳୁ ଆରମ୍ଭ ହୋଇଥିଲା। ଏକଥା ଜେଜେ ମା’ ସବୁବେଳେ କୁହନ୍ତି। ସେ ମୋ ସ୍ୱରରୁ ମୁଁ ବଡ଼ ହେଲେ ଗାୟକ ହେବି ବୋଲି ଆଶା ରଖିଥିଲେ। ବାପାଙ୍କର ସହଯୋଗ ଓ ଉତ୍ସାହ ପାଇ ମୋର ଯାତ୍ରା ଆଗକୁ ବଢ଼ିଥିଲା। ଏକ ରିୟଲିଟି ଶୋ’ରେ ପ୍ରଥମ ରନର୍ସ ଅପ୍ ହେବା ପରେ ଲୋକଲୋଚନକୁ ଆସିଥିଲି। ବର୍ତ୍ତମାନ ଓଲିଉଡ଼୍ ସହ ଛତିଶଗଡ଼ି ଓ ଭୋଜପୁରୀ ଭାଷାରେ ପ୍ରଚ୍ଛଦପଟ ଗାୟକ ଭାବେ କାମ କରିଆସିଛି। ପୂରା ଯାତ୍ରା ସଂଘର୍ଷମୟ ରହିଛି। ତେବେ ସଂଘର୍ଷ ମଧ୍ୟରେ ସଫଳତା ପାଇବାର ଅନୁଭୂତି ନିଆରା। ଆଗକୁ ବହୁତ କିଛି ଲକ୍ଷ୍ୟ ରହିଛି।

ପ୍ରଶ୍ନ ୨) ପିଲାଦିନର କିଛି ଅନୁଭୂତି ବାଣ୍ଟିବେ?
ପିଲାଦିନର ଅନୁଭୂତି ବାଣ୍ଟିବାକୁ ଚାହିଁଲେ ମୁଁ ଭାବୁକ ହୋଇପଡ଼ୁଛି। ପିଲାଦିନର ଚଗଲାମି ଭିତରେ ହସଖୁସିରେ ସମୟ କେମିତି ବିତିଯାଉଥିଲା। ସେ ସମୟକୁ ର୍ମୁ ସବୁବେଳେ ମନେପକାଏ। ପିତାଙ୍କ ଚାଲିଯିବା ପରେ ସେ ସବୁ ଅନୁଭୂତି ମଧ୍ୟ ଖୁବ୍ ଯନ୍ତ୍ରଣା ଦିଏ। ପୁଣିଥରେ ସେହିଦିନକୁ ଫେରିଯିବାକୁ ଇଚ୍ଛା ହୁଏ।

ପ୍ରଶ୍ନ ୩) କିପରି ଗୀତ ଗାଇବାକୁ ପସନ୍ଦ କରନ୍ତି ଏବଂ କିପରି ଗୀତ ଗାଇବାକୁ ପସନ୍ଦ କରନ୍ତି?
ଜଣେ କଳାକାର ଭାବରେ ମୁଁ ସବୁ ପ୍ରକାର ଗୀତ ଗାଇବାକୁ ଚେଷ୍ଟା କରେ। ଖୁବ୍ ଅଭ୍ୟାସ କରେ କିନ୍ତୁ ରୋମାଣ୍ଟିକ ଗୀତ ଗାଇବା ମୋର ପ୍ରଥମ ପସନ୍ଦ। ମୁଁ ଏ ପ୍ରକାର ଗୀତକୁ ଅନୁଭବ କରି ଗାଏ।

ପ୍ରଶ୍ନ ୪) ସଙ୍ଗୀତ ଜଗତରେ କେଉଁ ସବୁ ପରିବର୍ତ୍ତନ ଆଶା କରୁଛନ୍ତି?
ସଙ୍ଗୀତଜଗତରେ ଆଗକୁ ବଢ଼ିବା ବହୁତ କଷ୍ଟ। ରାଜାପୁଅ ହିଁ ରାଜା ହେବ ସେହି ଧାରାରେ ଗାୟକ ଗୀତ ଗାଇଲା ଭଳି ମନେ ହେଉଛି। ଦକ୍ଷତା ଆଗରେ ପତିଆରା ବାଜି ମାରି ନେଉଛି। ତେଣୁ ସଙ୍ଗୀତକ୍ଷେତ୍ରରେ ଅନେକ ପ୍ରତିଭା ପଛରେ ରହିଯାଆନ୍ତି ସେମାନଙ୍କୁ ଭଲ ସୁଯୋଗ ଦେବାର ପରମ୍ପରା ସୃଷ୍ଟି ହେବାର ଆବଶ୍ୟକତା ରହିଛି।

ପ୍ରଶ୍ନ ୫) ଆଗକୁ କେଉଁ ସବୁ ଯୋଜନା ରଖିଛନ୍ତି?
ଯୋଜନା ବହୁତ ଅଛି। ଅନେକ ଗୁଡ଼ିଏ ଗୀତ ଉପରେ କାମ ଚାଲିଛି। ଆଗୁଆ ନକହି ଠିକ୍ ସମୟ ଆସିଲେ ଶ୍ରୋତା ଜାଣିବେ। ଆଶା କରୁଛି ପୂର୍ବ ଭଳି ଭଲପାଇବା ମିଳିବ।

ପ୍ରଶ୍ନ ୬) ଆଇନ୍ ଓ ସାମ୍ବାଦିକତା କ୍ଷେତ୍ରରେ ଆପଣ ଡ଼ିଗ୍ରୀ ହାସଲ କରିଛନ୍ତି। ତେବେ ପେଶା ଭାବେ ଆପଣେଇନାହାନ୍ତି କାହିଁକି?
ମୁଁ ଏହି ସବୁ ବିଷୟରେ ପେଶା ପାଇଁ ପାଠ ପଢ଼ିନଥିଲି। ମୋ ଜାଣିବାରେ ଶିକ୍ଷା ଏମିତି ଏକ ଜିନିଷ ଯାହା କେହି କାହଠାରୁ ଛଡ଼େଇନେବେ ନାହିଁ। ତେଣୁ ନିଜର ଜ୍ଞାନ ବଢ଼ାଇବା ପାଇଁ ଏସବୁ କ୍ଷେତ୍ରରେ ଡ଼ିଗ୍ରୀ ହାସଲ କରିଥିଲି। କିନ୍ତୁ ସଙ୍ଗୀତ ହିଁ ମୋର ନିଶା ଓ ପେଶା।

ପ୍ରଶ୍ନ ୭) ଆପଣଙ୍କ କଳାକାର ଜୀବନରେ ଆପଣ ପୁରସ୍କାରକୁ କେତେ ଗୁରୁତ୍ୱ ଦିଅନ୍ତି ଓ କାହିଁକି?
କଳାକାର ପାଇଁ ପୁରସ୍କାର ଏକ ପ୍ରୋତ୍ସାହନ ବୋଲି ଆମେ କହିପାରିବା କିନ୍ତୁ ଯେତେବେଳେ ଯାଏଁ ଶ୍ରୋତା ଜଣେ ଗାୟକକୁ ଗ୍ରହଣ କରିନାହାନ୍ତି, ସେ ପର୍ଯ୍ୟନ୍ତ ପୁରସ୍କାର ମୂଲ୍ୟ କିଛି ନାହିଁ। ପ୍ରଶଂସକଙ୍କ ଭଲ ପାଇବା ମୋ ପାଇଁ ନୁହେଁ ସବୁ କଳାକାରଙ୍କ ପାଇଁ ଶ୍ରେଷ୍ଠ ପୁରସ୍କାର ଓ ସମ୍ମାନ।

ପ୍ରଶ୍ନ ୮) ଆପଣଙ୍କ ଲାଇଫ ପାର୍ଟନରଙ୍କୁ ନେଇ କଣ କହିବେ?
ହଁ ଲାଇଫ୍ ପାର୍ଟନର କଥା ମୁଁ ଆଉ ଚିନ୍ତା କରୁ ନାହିଁ। ଜଣେ ଜୀବନରେ ଆସିଥିଲା, ସେ ଯିବା ପରେ ମୁଁ ଏ ବିଷୟରେ ଚିନ୍ତା କରିବା ଛାଡ଼ି ଦେଇଛି। ଗୀତ ହିଁ ଲାଇଫ୍ ଟାଇମ୍ ମୋ ପାର୍ଟନର୍ ହେଇ ରହିବ। ଦେଖାଯାଉ ଆଗକୁ କ’ଣ ହେଉଛି।