ପାଟଣାଗଡ଼,ଏନ୍ଏନ୍ଏସ୍: ଖପ୍ରଖୋଲ ଥାନା ଗମ୍ଭାରୀ ପଞ୍ଚାୟତ ବୈଜଲସାଗର ଗ୍ରାମରେ ଟଙ୍କ ରଣାଙ୍କ ଚାଷ ଜମିରେ ଜଳସେଚନ ପାଇଁ ବ୍ୟବହାର ହେଉଥିବା ୨ଟି ପାଣି ମୋଟର ଗତ ୩ ତାରିଖରେ କେହି ଚୋରି କରି ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଏହାକୁ ଭିତ୍ତିି କରି ପାଟଣାଗଡ଼ ଥାନା ମଲିକମୁଣ୍ଡା ଗ୍ରାମର ୨ଜଣ ଯୁବକକୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଟିକେଶ୍ୱର ମାଝୀ(୨୫) ଓ ସାଗର ବାଗ(୨୬) । ଅଭିଯୁକ୍ତଙ୍କଠାରୁ ଚୋରି ପାଣି ମୋଟର ଜବତ ହୋଇଛି । ଏନେଇ ଖପ୍ରାଖୋଲ ଥାନାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।