ଆଜିଠୁ ରାଜ୍ୟରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜିଠୁ ରାଜ୍ୟର ସବୁ ସହରାଞ୍ଚଳରେ ପ୍ଲାଷ୍ଟିକ ବ୍ୟାନ। ସିଙ୍ଗଲ ୟୁଜ ପ୍ଳାଷ୍ଟିକ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ନିର୍ଦ୍ଦେଶନାମା ଅନୁସାରେ କୌଣସି ବ୍ୟକ୍ତି ନିଜେ କିମ୍ବା ଅନ୍ୟମାନେ ଯଦି ପ୍ଲାଷ୍ଟିକ ପ୍ରଚଳନ କରନ୍ତି ତେବେ ତାହା ବେଆଇନ ବୋଲି କୁହାଯାଇଛି। କୌଣସି ବ୍ୟକ୍ତି ପ୍ଲାଷ୍ଟିକ ବିକ୍ରି କିମ୍ବା କିଣି ପାରିବେ ନାହିଁ।

ସେହିପରି ମାଟିରେ ମିଶିପାରୁଥିବାବ୍ୟାଗ୍ ଛଡ଼ା ଅନ୍ୟ କୌଣସି ପ୍ଲାଷ୍ଟିକ ବ୍ୟାଗ୍ ବା ପ୍ଲାଷ୍ଟିକ ଜିନିଷର ବ୍ୟବହାର କରିପାରିବେ ନାହିଁ। ସେହିପରି ୨୦ ମିଲିଲିଟରରୁକମ ପରିମାଣର ପାଣି ତଥା କୋଲଡ୍ରିଙ୍କସ ବୋତଲ ଉପରେ ମଧ୍ୟ କଟକଣା ଲଗାଯାଇଛି। ସେହିପରି ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଯଥାକ୍ରମେ ଥାଳି, କପ୍, ପ୍ଲେଟ, ଗ୍ଲାସ, ଚାମଚ, ପାଉଚ୍‌ ସହ ଥର୍ମୋକୁଲ ସାମଗ୍ରୀ ମଧ୍ୟ ବ୍ୟବହାର କରିପାରିବେ ନାହିଁ। ଅନ୍ୟପଟେ  କ୍ଷୀର, ଦହି ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବ୍ୟବହୃତ ସିରଞ୍ଜ, ମେଡ଼ିକାଲ ଇନଷ୍ଟ୍ରୁମେଣ୍ଟ ଓ ଅନ୍ୟ ସାମଗ୍ରୀ ପାଇଁ ଏହି କଟକଣାଲାଗୁହେବ ନାହିଁ ବୋଲି ଜଣାପଡ଼ିଛି।