ଛାତ୍ରଛାତ୍ରୀଙ୍କୁ ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦୀର୍ଘ ୨ ବର୍ଷ ପରେ ସ୍କୁଲ ଖୋଲିଥିବାରୁ ଆଜି ଆମ ସମସ୍ତଙ୍କ ପାଇଁ ଏକ ଐତିହାସିକ ଦିନ । ସ୍କୁଲ ଖୋଲିବା ନିଷ୍ପତ୍ତି ତୁମମାନଙ୍କୁ ଖୁବ୍ ଖୁସି ଦେଇଛି । ତୁମମାନଙ୍କ ଖୁସିରେ ମୁଁ ମଧ୍ୟ ବେଶ୍ ଖୁସି । ସମସ୍ତଙ୍କ ସହଯୋଗରେ ଆମେ କରୋନାର ମୁକାବିଲା କରିପାରିଛୁ । ପିଲାମାନେ ଭୟ କରନି, ଆମେ ସମସ୍ତେ ତୁମମାନଙ୍କ ସାଥୀରେ ଅଛୁ । ସ୍କୁଲରେ ଓ ବାହାରେ ମାସ୍କ ପିନ୍ଧିବ ଏବଂ ସାବୁନରେ ହାତ ଧୋଇବ । କୋଭିଡ ନିୟମ ପାଳନରେ କେବେ ହେଲେ ହେଲା କରିବ ନାହିଁ । ଯାହା ପାଠପଢ଼ା ବାକି ଅଛି ତାକୁ ମନ ଲଗାଇ ପଢ଼ିବ । କୋଭିଡ ଯୋଗୁ ପିଲାଙ୍କ ପାଠପଢ଼ାରେ ସବୁଠୁ ବେଶି କ୍ଷତି ହୋଇଛି । ଅଭିଭାବକ ଚାହିଁଲେ ପିଲାଙ୍କ କ୍ଷତିଭରଣା ହୋଇପାରିବ ।