ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ନିର୍ବାଚନ କମିଶନ ପଞ୍ଚାୟତ ନିର୍ବାଚନ ପାଇଁ କଟକଣା କୋହଳ କରିଛନ୍ତି । ଫଳରେ ପ୍ରାର୍ଥୀମାନେ ଏବେ ୫ ବଦଳରେ ୨୦ଜଣଙ୍କୁ ସାଥୀରେ ଧରି ଘରକୁ ଘର ବୁଲି ପ୍ରଚାର କରିପାରିବେ । ଏଥିସହିତ ୩୦୦ ଜଣଙ୍କୁ ନେଇ ସଭା ଅନୁଷ୍ଠିତ କରାଯାଇପାରିବ । କିନ୍ତୁ ରାଲି, ବାଇକ ରାଲି ଓ ପଦଯାତ୍ରା ଉପରେ କଟକଣା ବଳବତ୍ତର ରହିଛି । ରାଜ୍ୟରେ କରୋନା ସଂକ୍ରମଣ ହାର କମିଥିବାରୁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।