ପୁରୀ/ବେଙ୍ଗାଲୁରୁ,ଏଜେନ୍ସି: ଓଡ଼ିଆ କୁନି ତାରକା ତଥା ୨୦୧୯ ଲିଟିଲ ମିସ ଗ୍ଲୋବାଲ ୟୁନିଭର୍ସ ଟାଇଟଲ ବିଜେତା ଦିବ୍ୟଶ୍ରୀକୁ ମିଳିଛି ଆଉ ଏକ ସଫଳତା। ଖୁବ କମ ବୟସରୁ ସେ ଦେଶ ବିଦେଶରେ ଅନେକ ସଫଳତା ହାସଲ କରିଛନ୍ତି। ସେ ହେଉଛନ୍ତି ପୁରୀ ଦେବାଶିଷ ବେହେରାଙ୍କ ୫ ବର୍ଷର ଝିଅ ଦିବ୍ୟଶ୍ରୀ। ସେ ନିଜ ବାପା ଓ ମା ଦେବୀଙ୍କ ସହ ବେଙ୍ଗାଲୁରୁରେ ରହୁଛନ୍ତି।
ବାପା ଓ ମା ଦୁହେଁ ଆଇଟି କ୍ଷେତ୍ରରେ ଚାକିରି କରିଛନ୍ତି। ଦିବ୍ୟଶ୍ରୀକୁ ମିଳିଛି କଳା ସମ୍ମାନ। ବେଙ୍ଗାଲୁରୁ ମଲେଶ୍ୱରମ ସେବା ସଦନ ଅଡିଟୋରିୟମ ଠାରେ ଅନୁଷ୍ଠିତ ଷ୍ଟାର ସାଧନ ଓ କଳା ସମ୍ମାନ ୨୦୨୨ରେ ଦିବ୍ୟଶ୍ରୀକୁ ମିଳିଛି ଫେସନ ଷ୍ଟାର ଆଇକନ। କାର୍ଯ୍ୟକ୍ରମରେ ଅତିଥି ଭାବେ ଡ଼. ଦୋଡେ ରଙ୍ଗେ ଗୌଡ଼, କବି ଭି ମନୋହର, ପ୍ରସିଦ୍ଧ ମ୍ୟୁଜିକ ଡ଼ାଇରେକ୍ଟର ଶସଧର କଟେ ପ୍ରମୁଖ ଯୋଗଦେଇ ଏହି ସମ୍ମାନ ଦିବ୍ୟଶ୍ରୀକୁ ପ୍ରଦାନ କରିଥିଲେ।
