ଭୁବନେଶ୍ବର,ଏନ୍ଏନ୍ଏସ୍: ଭୁବନେଶ୍ବରରେ ଥିବା ମା’ ବିରଜା ଚାରିଟେବଲ୍ ଟ୍ରଷ୍ଟ୍ ଆନୁକୂଲ୍ୟରେ ଶୀତ ବସ୍ତ୍ର ସହ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶହୀଦନଗର ସ୍ଥିତ ଶନି ମନ୍ଦିର ଓ ଲକ୍ଷ୍ମୀସାଗର ସ୍ଥିତ ସନ୍ତୋଷୀମା’ ମନ୍ଦିର ନିକଟରେ ରହୁଥିବା ଦରିଦ୍ର ବ୍ୟକ୍ତିମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି।
