ଜାମତାରା ଗ୍ୟାଙ୍ଗ ବିଷୟରେ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଏଡିଜି

ଭୁବନେଶ୍ୱର,ଏଜେନ୍ସି: ଝାଡଖଣ୍ଡର ଜାମତାରା ଗ୍ୟାଙ୍ଗ ପୁରା ଦେଶରେ ସାଇବର ଠକେଇର ଆତଙ୍କ ଖେଳାଇ ରଖିଥିବା ବେଳେ କିଛି ଦିନ ତଳେ ଏହି ଗ୍ୟାଙ୍ଗର ୩ ସଦସ୍ୟଙ୍କୁ ଓଙ୍ଗ଼ିଶାରୁ ଗିରଫ କରାଯାଇଥିଲା। ଏହାପରେ ଏମାନଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇ ପଚରା ଉଚରା କରିବା ପରେ ବହୁ ବଡ଼ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଯାହା ବିଷୟରେ ଆଜି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇ କହିଛନ୍ତି ଯେ ଏମାନଙ୍କ ମାଷ୍ଟର ମାଇଣ୍ଡ ଝାଡଖଣ୍ଡରେ ରହି ପୁରା ନେଟସ୍ୱାର୍କ ଅପରେଟ୍ କରୁଛି।

ମୁମ୍ବାଇରେ ମଧ୍ୟ ଏମାନଙ୍କ ବଡ଼ ଲିଙ୍କ ରହିଛି ଯେଉଁମାନେ କି ଲୋକଙ୍କ ବ୍ୟାଙ୍କ ଡିଟେଲ୍ସ ଯୋଗାଇ ଆସୁଛନ୍ତି। ଏବେ ସୁଦ୍ଧା ଏହି ଗ୍ୟାଙ୍ଗ ୭ ରାଜ୍ୟରେ ନିଜର ନେଟୱାର୍କ ସ୍ଥାପନ କରିସାରିଛନ୍ତି ଯାହା ଦ୍ୱାରା ବର୍ତ୍ତମାନ ସୁଦ୍ଧା ୫୫ଟି ଠକେଇ ଏମାନଙ୍କ ଦ୍ୱାରା ହୋଇସାରିଲାଣି।

ପୁରା ଦେଶରେ ଖେଳିରହିଥିବା ଏହି ଜାମତାରା ଗ୍ୟାଙ୍ଗ ପାଇଁ ଲୋକ ମାନଙ୍କୁ ସତର୍କ କରାଇଛନ୍ତି କ୍ରାଇବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା। ଅଜଣା କଲ କିମ୍ବା ମେଜେସ୍‌ରେ ଆସୁଥିବା ଲିଙ୍କ ଗୁଡିକ ପ୍ରତି ସତର୍କ ରହିବାକୁ ଏଡିଜି ରାଜ୍ୟବାସୀଙ୍କୁ କହିଛନ୍ତି।