ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆସନ୍ତା ୭ ତାରିଖରୁ ସ୍କୁଲ ଖୋଲିବ । ଏନେଇ ଗଣଶିକ୍ଷା ବିଭାଗ ତରଫରୁ ଟାଇମ ଜାରି କରାଯାଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଖୋଲିବ । ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପାଠପଢ଼ା ହେବ । ପୂର୍ବପରି ମଧ୍ୟାହ୍ନ ଭୋଜନ ପାଇଁ ରାସନ ଯୋଗାଣ ଜାରି ରହିବ ବୋଲି ସୂଚନା ମିଳିଛି ।