ରାଜ୍ୟରେ ବଢିବ ଶୀତ, କମିବ ରାତି ତାପମାତ୍ରା: ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଲାଗି ରହିବ ଘନ କୁହୁଡି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଲାଗି ରହିଛି ଶୀତର ଲହରୀ। ରାଜ୍ୟର ରାତି ତାପମାତ୍ରା ଆସନ୍ତା ତିନି ଦିନ ଯାଏ କମିବ। ୩ରୁ ୪ ଡିଗ୍ରୀ ଯାଏ ରାତି ତାପମାତ୍ରା କମିପାରେ। ଏହାର ପ୍ରଭାବରେ ଶୀତ ଆହୁରୀ ବଢିବ। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ପାଣିପାଗ ବିଶେଷଜ୍ଞ ପ୍ର୍ରଫେସର ସୁରେନ୍ଦ୍ରନାଥ ପଶିପାଳକ ଆକଳନ କରିଛନ୍ତି ଯେ, ଆଗାମୀ ଦିନ ଦିନ ଯାଏ କନ୍ଧମାଳ, ବୌଦ୍ଧ ଓ ବଲାଙ୍ଗୀର ଆଦି ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧ ଡିଗ୍ରୀ କମିବ। ପରେ ଏହା କ୍ରମଶଃ ବୃଦ୍ଧି ପାଇବ ଏବଂ ଶୀତ କମିବ।

ସେହିପରି ଉତ୍ତର ଆଭ୍ୟନ୍ତରୀଣ ଓ ଉତ୍ତର ଉପକୂଳ ଓଡିଶାରେ ୨୦ ସୁଦ୍ଧା ତାପମାତ୍ରା ଅପରିବର୍ତ୍ତିତ ରହିବ। ପରେ ତିନି ଦିନ ପ୍ରାୟ ରାତି ତାପମାତ୍ରା ବଢିବ ବୋଲି ସେ କହିଛନ୍ତି। ଉପକୂଳ ଓଡିଶାରେ ବି ସୋମବାର ଠାରୁ ଧୀରେ ଧୀରେ ସର୍ବନିମ୍ନ ତାପମାତ୍ରା ବଢିବ।

ଏହାସହିତ ଦକ୍ଷିଣ ଓଡିଶା ଓ ଅନ୍ୟ ସ୍ଥାନରେ ବି ତାପମାତ୍ରା ବୃଦ୍ଧି ପାଇବ। ୨୦ ତାରିଖ ସୁଦ୍ଧା ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ହେବ। ରାଜ୍ୟରେ ସୋମବାର ଠାରୁ ଘନ କୁହୁଡି ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।