ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ଦାଖଲ, ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ପ୍ରକ୍ରିୟା

ଭୁବନେଶ୍ୱର,ଏନ୍ଏନ୍ଏସ୍: ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠାରୁ ଆରମ୍ଭ ହେବ ନାମାଙ୍କନ ଦାଖଲ। ବିନା ଦଳୀୟ ଚିହ୍ନଟରେ ଲଢାଯାଉଥବା ସରପଞ୍ଚ, ସମିତ ସଭ୍ୟ ପାଇଁ ପ୍ରାର୍ଥୀ କିଏ ହେବ ତାହା ସ୍ପଷ୍ଟ ହେବ। ମାତ୍ର ଜିଲ୍ଲା ପରିଷଦ ସଭ୍ୟ ପାଇଁ ଅନେକ ଆସନରେ ଏଯାଏଁ ପ୍ରାର୍ଥୀ ଚୂଡାନ୍ତ କରିନାହାନ୍ତି ଦଳ।

ତେବେ ଆଜିଠାରୁ ନାମାଙ୍କନ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଢିଙ୍କିଆକୁ ବାଦ ଦେଲେ ରାଜ୍ୟର ଅନ୍ୟ ୬୭୯୫ ପଞ୍ଚାୟତ ସମିତି ୮୩୫ ଜିଲ୍ଲା ପରିଷଦ ଜୋନ, ୬୭୯୪ ସମିତି ସଦସ୍ୟ ଓ ୯୧,୯୧୩ ୱାର୍ଡ ମେମ୍ବର ପଦବୀ ପାଇଁ ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବ।

ସେହିପରି ଆସନ୍ତା ଫେବ୍ରୁଆରୀ ୧୬, ୧୮, ୨୦, ୨୨ ଓ ୨୪ରେ ଭୋଟ ଗ୍ରହଣ ହେବ। ସେହିପରି ଫେବ୍ରୁଆରୀ ୨୬, ୨୭ ଓ୨୮ରେ ଗଣତି ହେବ ଭୋଟ। କରୋନା ସ୍ଥିତି ଥିବାରୁ ଜିଲ୍ଲା ଓ ପୋଲିସ ପ୍ରଶାସନ ତରଫରୁ ଏଥର ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।