ଭୁବନେଶ୍ବର,ଏନ୍ଏନ୍ଏସ୍: ଆଜି ସନ୍ଧ୍ୟା ପ୍ରାୟ ୭ଟା ବେଳେ ରାଜଧାନୀରେ ଘଟିଛି ଏକ ବଡ଼ ଧରଣର ହତ୍ୟାକାଣ୍ଡ। ଛୁରାମାଡରେ ଜଣଙ୍କ ଜୀବନ ଯାଇଛି। ସ୍ଥାନୀୟ ସୈନିକ ସ୍କୁଲ ଛକ ପାଖରେ ଘଟିଛି ଏହି ଅଘଟଣ। ମୃତକର ନାଁ ଚିଣ୍ଟୁ ବୋଲି ଜଣାପଡ଼ିଛି। ତାଙ୍କର ଘର ଗାଡକଣା ଅଞ୍ଚଳରେ।
ଘଟଣାସ୍ଥଳରେ କେକ୍ ଖାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ବଚସା ପରେ ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି। ସହିଦନଗର ଥାନା ସୈନିକ ସ୍କୁଲ ନିକଟରେ ଛୁରାମାଡ ହେବା ପରେ ଲୋକେ ହୋ ହଲ୍ଲା କରିଥିଲେ। ଜଣେ ଯୁବକର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ହୋଇପଡିଥିଲେ। ଅଭିଯୁକ୍ତମାନେ ନୟାପଲ୍ଲୀ ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତେବେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।