ନିର୍ବାଚନ ପ୍ରଚାର ପାଇଁ ଗାଇଡଲାଇନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପଞ୍ଚାୟତ ନିର୍ବାଚନ ପ୍ରଚାର ଲାଗି ନୂଆ ଗାଇଡଲାଇନ ଜାରି ହୋଇଛି। ଏନେଇ ଏସଆରସି ପ୍ରଦୀପ ଜେନା ସୂଚନା ପ୍ରଦାନ କରିଛନ୍ତି।

ଗାଇଡଲାଇନ ଅନୁସାରେ, ସର୍ବାଧିକ ୫ ଜଣଙ୍କୁ ନେଇ ଘରକୁ ଘର ପ୍ରଚାର ହୋଇପାରିବ। ସୋସିଆଲ ମିଡିଆରେ ପ୍ରଚାରକୁ ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦିଆଯାଇଛି। କୌଣସି ବଡ଼ ସମାବେଶକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି। କୋଭିଡ ପଜିଟିଭ କେବଳ ଇଲେକଟ୍ରୋନିକ ମିଡିଆରେ ପ୍ରଚାର କରିପାରିବେ। ରୋଡ ସୋ’, ପଦଯାତ୍ରା, ବାଇକ ରାଲି ଓ ସାଇକେଲ ରାଲି ଉପରେ ରୋକ ଲଗାଯାଇଛି। ଗଣତି ପରେ କୌଣସି ଶୋଭାଯାତ୍ରା ଅନୁଷ୍ଠିତ ହେବ ନାହିଁ। ନୋମିନେସନ ବେଳେ ପ୍ରାର୍ଥୀ ଏବଂ ଜଣେ ପ୍ରସ୍ତାବକ ଯାଇପାରିବେ।