ଭୁବନେଶ୍ୱର,ଏନ୍ଏନ୍ଏସ୍: ବଢୁଛି ଶୀତ। ରାତି ଅପେକ୍ଷା ଦିନ ର ତାପମାତ୍ରା କମ୍ ରହୁଛି। କହିବାକୁ ଗଲେ ସକାଳ ସମୟରେ ଘନ କୁହୁଡ଼ି ଯୋଗୁଁ ବାହାରକୁ ବାହାରିବା ଏକ ବିପଦ ହୋଇପଡ଼ିଛି।
ଆସନ୍ତା ୯ ତାରିଖ ଯାଏଁ ଏହିପରି ପାଗ ଜାରୀ ରହିବ। ତେବେ ଏହି କାରଣ ପାଇଁ ଆଜି ଓ ଆସନ୍ତା କାଲି ପାଇଁ କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାରେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି।
ଭୁବନେଶ୍ୱର ସମେତ ଜଗତସିଂହପୁର, କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ରାତି ତାପମାତ୍ରା ବଢିବ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ସେହିପରି ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳ ଅଞ୍ଚଳର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ରହିବ। ଆସନ୍ତା କାଲି ମଧ୍ୟ ଘନ କୁହୁଡ଼ି ଆଶଙ୍କା ଅଛି।