ପୁଣି ସ୍କୁଲରୁ ୫୩ କରୋନାରେ ସଂକ୍ରମିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସୁନ୍ଦରଗଡ଼ର ଏକ ସ୍କୁଲରୁ ପୁଣି ୫୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ସମ୍ପୃକ୍ତ ସ୍କୁଲରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯କୁ ବୃଦ୍ଧି ପାଇଛି। ପଜିଟିଭ ଚିହ୍ନଟ ସବୁ ପିଲାଙ୍କୁ ହଷ୍ଟେଲରେ ଆଇସୋଲେସନରେ ରଖାଯାଇଛି।