ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳ୍ପ ତାଲିମ କେନ୍ଦ୍ର ଲୋକାର୍ପିତ

କୃଷ୍ଣପ୍ରସାଦ,ଏନ୍‌ଏନ୍‌ଏସ୍‌: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଅ”ର୍ଗତ ସିଆଣ୍ଡି ପଂଚାୟତ ଗୋପାଳପୁର ଠାରେ ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ର କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚୁଆଲ ମାଧ୍ୟମରେ ଲୋକାର୍ପିତ କରିଛନ୍ତି। ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ର ଉଦ୍‌ଘାଟନି ଉତ୍ସବରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା ପୌରହିତ୍ୟ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ବିଭିନ୍ନ ସରକାରୀ କର୍ମଚାରୀମାନେ ଯୋଗଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ କୃଷ୍ଣପ୍ରସାଦ ବିଡିଓ ମନୋଜ କୁମାର ନାୟକ,ସିଡିପିଓ ମନୋରମା ଦେବୀଙ୍କ ସମେତ ବିଭାଗୀୟ କର୍ମଚାରୀ ମାନେ ଯୋଗଦେଇଥିଲେ। କୃଷ୍ଣପ୍ରସାଦ ଥାନା ଆଇଆଇସି ଦିଲ୍ଲିପ କୁମାର ସ୍ୱାଇଁ ସଦଳବଳେ ଘଟଣାସ୍ଥଳରେ ପହଁଚି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଥିଲେ। ଏହି ଶିଳ୍ପ ଶିକ୍ଷାନୁଷ୍ଠାନ ଦ୍ୱାରା ଅଂଚଳର ଗରିବ,ମତ୍ସ୍ୟଜିବୀ,ବାଳକ ମାନେ ଉପକୃତ ହୋଇପାରିବେ ଏବଂ ଏହା କୃଷ୍ଣପ୍ରସାଦର ଏକ ବିକାଶରେ ସାମିଲ ହୋଇଥିବା ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା କହିଛନ୍ତି।

କରୋନା କଟକଣାକୁ ନେଇ ଆୟୋଜନ କରାଯାଇଥିବା ଉଦ୍‌ଘାଟନୀ ଉତ୍ସବରେ ଅଂଚଳର ବହୁ ଜନସାଧାରଣ ଯୋଗଦେଇଥିବା ବେଳେ କୃଷ୍ଣପ୍ରସାଦ ବ୍ଳକ ବିଜେଡି ସଭାପତି ତଥା ପୃର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସାହୁ, ବରିଷ୍ଠ ବିଜେଡି ନେତା କେଦାର ନାଥ ଜେନା, ପ୍ରଫୁଲ କୁମାର ଜେନା, ବ୍ଲକ ଯୁବ ଜନତା ଦଳ ସଭାପତି ଅଭୟ କୁମାର ମହାପାତ୍ର, ପୁରୀ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ଉପସଭାପତି ଶାନ୍ତନୁ କୁମାର ମାଝୀ, ସମିତିସଭ୍ୟ ବିଜୟ କୁମାର ତରେଇ, ସରପଂଚ ରମେଶ ଚନ୍ଦ୍ର ମହାପାତ୍ର, ଯୁବନେତା ଦିଲ୍ଲିପ କୁମାର ରଣସିଂହ, ଅଜୟ କୁମାର ପଲେଇ, ହେମ” କୁମାର ଜେନା, ନରୋତମ ଦଳେଇ ପ୍ରମୁଖ ସହଯୋଗ କରିଥିଲେ।