ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରର ୫ଟି ଅଞ୍ଚଳକୁ ବିଏମସି ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। କୋଭିଡ ଆକ୍ରାନ୍ତ ଚିହ୍ନଟ ହେବାରୁ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିବା ଜଣାପଡ଼ିଛି। ଏଥିରେ ଆଚାର୍ଯ୍ୟ ବିହାର ସାଇ ଟେମ୍ପୁଲ, ସତ୍ୟ ନଗର ଓ ବାପୁଜୀ ନଗରର ନିର୍ଦ୍ଦିଷ୍ଟ ଅଞ୍ଚଳ, ଟଙ୍କପାଣି ବିଷ୍ଣୁନଗର ଓ ଆଚାର୍ଯ୍ୟ ବିହାର ପାଣିଟାଙ୍କି ଅଞ୍ଚଳ ସାମିଲ ରହିଛି। ଏନେଇ ବିଏମସି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।