ରାଜ୍ୟରେ ଆଜି ୯୮୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ପୁଣି ରାଜ୍ୟରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ତଳକୁ ଖସିଥିବାବେଳେ ଗତକାଲି ତୁଳନାରେ ୨୦ ପ୍ରତିଶତ କମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିରୁ ୫୭୨ ଜଣ ସଂଗରୋଧ କେନ୍ଦ୍ର ଓ ୪୧୪ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି।

ତେବେ ଏହି ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୧୧୨, କଟକରୁ ୮୧, ସୁନ୍ଦରଗଡ଼ରୁ ୮୦, ଅନୁଗୁଳରୁ ୬୪, ମୟୂରଭଞ୍ଜରୁ ୫୭, ଜଗତସିଂହପୁରରୁ ୫୪, କେନ୍ଦୁଝରରୁ ୪୯, କେନ୍ଦ୍ରାପଡ଼ାରୁ ୪୪, ବାଲେଶ୍ୱରରୁ ୪୩, କଳାହାଣ୍ଡିରୁ ୪୨, ନୂଆପଡ଼ାରୁ ୩୮, ବରଗଡ଼ରୁ ୩୪, ପୁରୀରୁ ୩୨, ଯାଜପୁରରୁ ୨୮, ଢ଼େଙ୍କାନାଳ ଓ ବଲାଙ୍ଗିରରୁ ୨୬ ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୧୯, ରାୟଗଡ଼ା ଓ ସମ୍ବଲପୁରରୁ ୧୬ ଜଣ ଲେଖାଏଁ, ଗଞ୍ଜାମ ଓ ନବରଙ୍ଗପୁରରୁ ୧୫ ଜଣ ଲେଖାଏଁ, କୋରାପୁଟରୁ ୧୪, କନ୍ଧମାଳରୁ ୧୩, ଭଦ୍ରକ ଓ ନୟାଗଡ଼ରୁ ୧୦ ଜଣ ଲେଖାଏଁ, ବୌଦ୍ଧରୁ ୮, ମାଲକାନଗିରିରୁ ୬, ଦେବଗଡ଼ରୁ ୫, ସୋନପୁର ଓ ଗଜପତିରୁ ୩ ଜଣ ଲେଖାଏଁ ଏବଂ ଷ୍ଟେଟପୁଲରୁ ୨୩ ଜଣ ରହିଛନ୍ତି।

ଏଥିସହିତ ମୋଟ କରୋନା ସଂକ୍ରମଣ ସଂଖ୍ୟା ୩,୦୫,୯୮୬ରେ ପହଞ୍ଚିଛି। ସେଥିରୁ ୨,୯୨,୪୭୭ ଜଣ ସୁସ୍ଥ ହୋଇସାରିଥିବାବେଳେ ୧୧,୯୭୩ ଜଣ ଚିକିତ୍ସାଧୀନ ଅଛନ୍ତି।