ରାଜ୍ୟରେ ଆଖି ବୁଜିଲେ ଆଉ ୧୪ କରୋନା ରୋଗୀ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୪ ଜଣ କରୋନା ରୋଗୀଙ୍କ ପ୍ରାଣହାନି ହୋଇଛି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୪୮୩ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ୧୪ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୩ ଜଣ କରୋନା ରୋଗୀ ଥିବାବେଳେ ନୂଆପଡାରୁ ୨ ଓ ସୁନ୍ଦରଗଡରୁ ୨ ଜଣ ଲେଖାଏ ରୋଗୀ ଅଛନ୍ତି। ଅନ୍ୟପଟେ ବରଗଡ, ବାଲେଶ୍ୱର, କଟକ, କଳାହାଣ୍ଡି, କେନ୍ଦ୍ରାପଡା, ସମ୍ବଲପୁର ଓ ମୟୂରଭଞ୍ଜରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।