ଭୁବନେଶ୍ବର,ଏନ୍ଏନ୍ଏସ୍: ମୋଟର ଯାନ ଆଇନ ଉଲ୍ଲଙ୍ଘନକାରୀ ଯାନବାହନଗୁଡ଼ିକ ବିରୋଧରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ ଗ୍ରହଣ କରାଯାଇଛି। ଏହି ଅଭିଯାନ ୭ ତାରିଖ ରାତି ୮ଟାରୁ ୮ ତାରିଖ ସକାଳ ୮ଟା ପର୍ଯ୍ୟନ୍ତ ଚାଲିଥିଲା।
ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ପକ୍ଷରୁ ଏହି ଅଭିଯାନ କରାଯାଇଥିଲା। ଏହି ଅଭିଯାନ ବେଳେ ମୋଟ ୧୫୮୫ ଟି ଯାନ ବାହାନକୁ ଯାଞ୍ଚ କରାଯାଇଥିଲା। ଏହା ମଧ୍ୟରୁ ୯୮ଟି ଯାନକୁ ମୋଟର ଯାନ ଆଇନ ସଂପର୍କିତ ଅପରାଧ ପାଇଁ ଜବତ କରାଯାଇଥିଲା। ସେହିପରି ମୋଟର ଯାନ ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ୨୧୮ଟି ଯାନ ଉପରେ ଜୋରିମାନା ଲଗାଯାଇଥିଲା। ୧୧୦ଟି ଗାଡ଼ିରେ ଓଭରଲୋଡ ଥିବାବେଳେ ୭୮ଟି ଗାଡ଼ି ଦ୍ରୁତ ଗତିରେ ଯାଉଥିଲେ। ଏହି ସବୁ ଗାଡ଼ିଗୁଡ଼ିକ ଉପରେ ଚାଲାଣ କଟାଯାଇଥିଲା। ଆହୁରି ମଧ୍ୟ ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ ୧୩୯ଟି ଗାଡ଼ିର ଡ୍ରାଇଭରଙ୍କ ପାଖରେ ବୈଧ ଡ୍ରାଇଭିଂ ଲାଇସେନ୍ସ ନଥିଲା।