ରାଜ୍ୟରେ ଆଜି ୮୬୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଏଣିକି କରୋନା ସଂକ୍ରମଣ ମିଟର ହଜାରେ ତଳକୁ ଖସିଆସିଛି। ଏହା ରାଜ୍ୟ ପାଇଁ ଏକ ଆଶ୍ୱସ୍ତିକର ଖବର। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୮୬୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୦୨ ଜଣ ସଂଗରୋଧ କେନ୍ଦ୍ରର ଏବଂ ୩୬୬ ଜଣ ସ୍ଥାନୀୟ ସଂକ୍ରମଣ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଆଜି ପୁଣି ସର୍ବାଧିକ ସଂକ୍ରମଣ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ ଦ୍ୱିତୀୟ ସର୍ବାଧିକରେ ସୁନ୍ଦରଗଡ଼ ରହିଛି।

ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୩,୧୦,୯୨୦ରେ ପହଞ୍ଚିଛି। ସେଥିରୁ ୩,୦୦,୪୭୪ ଜଣ ସୁସ୍ଥ ହୋଇସାରିଛନ୍ତି ଏବଂ ୮,୮୧୮ ଜଣ ସକ୍ରିୟ ରହିଛନ୍ତି।